
ଭୁବନେଶ୍ୱର,କାବୁଲୀ ଚଣା ବହୁତ କମ୍ ମୂଲ୍ୟରେ ଏବଂ ସହଜରେ ଯେକୌଣସି ଗ୍ରୋସରୀ ଷ୍ଟୋରରେ ମିଳିଯାଏ। ଯଦିଓ ଅନେକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହା ପ୍ରୋଟିନ୍ର ବହୁତ ଭଲ ଉତ୍ସ । ଶାକାହାରୀ ଲୋକମାନଙ୍କ ପାଇଁ ଚଣା ବା ବୁଟ ସର୍ବୋତ୍ତମ ବିକଳ୍ପ। ଅତ୍ୟନ୍ତ ସହଜରେ ଏବଂ କମ୍ ମୂଲ୍ୟରେ ମିଳୁଥିବା ଏହି କାବୁଲି ବୁଟ ପୋଷକ ତତ୍ତ୍ୱର ଭଣ୍ଡାର । ଏହା ପ୍ରୋଟିନ୍, ଫାଇବର୍, କ୍ୟାଲସିୟମ, ଜିଙ୍କ୍, ଫୋଲେଟ୍ ଏବଂ ଆଇରନ୍ ସହିତ ଶରୀର ପାଇଁ ଆବଶ୍ୟକ ଅନ୍ୟ ଅନେକ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ ।
ସୁସ୍ଥ ଏବଂ ଫିଟ ଶରୀର ପାଇଁ ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ। ମାଂସାହାରୀ ଲୋକମାନଙ୍କ ପାଇଁ ପ୍ରୋଟିନ୍ ପାଇବା ବହୁତ ସହଜ। କିନ୍ତୁ ଏହା ଏମିତି ନୁହେଁ ଯେ କେବଳ ମାଂସାହାରୀମାନଙ୍କ ପାଇଁ ପ୍ରୋଟିନ୍ ପାଇବା ସହଜ। ଶାକାହାରୀମାନଙ୍କ ପାଇଁ ମଧ୍ୟ ପ୍ରୋଟିନ୍ ପାଇବା ସହଜ ।
ଯେଉଁମାନେ ଶରୀରର ଓଜନ କମ୍ କରିବାକୁ ଚାହାଁନ୍ତି ବା ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ କାବୁଲୀ ଚଣା ଏକ ଭଲ ବିକଳ୍ପ। ଚଣାରେ ଥିବା ପ୍ରୋଟିନ୍ ଏବଂ ଫାଇବର୍ ଆପଣଙ୍କର ଭୋକକୁ କମ୍ କରିପାରେ ଏଥିରେ ଥିବା ଫାଇବର୍ ଏବଂ ପ୍ରୋଟିନ୍ ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ଫୁଲ୍ ଥ୍ବା ପରି ଅନୁଭବ ଦିଏ । ଫଳରେ ଅଧିକ ଖାଇବାକୁ ଇଚ୍ଛା ହୁଏନି ।



