ଅନ୍ୟାନ୍ୟକ୍ରୀଡ଼ା

ପିଚ୍ ବିଷୟରେ ଯଥେଷ୍ଟ ଆଲୋଚନା କରାଯାଉଛି।

ଭୁବନେଶ୍ୱର,କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିଅମରେ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଶେଷ ହୋଇଛି।ଏହି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଏବେ ଗୌହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।ଏଠାରେ ଏପର୍ଯ୍ୟନ୍ତ କୌଣସି ଟେଷ୍ଟ ମ୍ୟାଚ୍ ଆୟୋଜନ କରିନାହିଁ। ଏଣୁ ପ୍ରଥମ ଥର ଟିମ୍ ଇଣ୍ଡିଆ ଏଠାରେ ଧଳା ଜର୍ସି ପିନ୍ଧି ଖେଳିବ ଅର୍ଥାତ ପ୍ରଥମ ଥର ପାଇଁ ଏଠାରେ ଟେଷ୍ଟ ମ୍ଯାଚ ଖେଳାଯିବ।

ଭାରତୀୟ ଦଳ ଗୌହାଟୀ ଷ୍ଟାଡିୟମରେ ଟି20 ଆନ୍ତର୍ଜାତୀୟ ଏବଂ ଏକଦିବସୀୟ ମ୍ୟାଚ୍ ଖେଳିଛି। ତେଣୁ, ସମସ୍ତଙ୍କ ନଜର ପିଚ୍ ଉପରେ ରହିବ। ଏହି ମ୍ୟାଚ୍ ପାଇଁ ସେସନ୍‌ରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି, ପ୍ରଥମେ ଚା ବିରତି ଏବଂ ତା’ପରେ ମଧ୍ୟାହ୍ନ ଭୋଜନ ବିରତି ରଖାଯାଇଛି।ଭାରତୀୟ ଦଳ ଏପର୍ଯ୍ୟନ୍ତ ଏଠାରେ ଚାରୋଟି ଟି20 ଅନ୍ତର୍ଜାତୀୟ ଏବଂ ଦୁଇଟି ଦିନିକିଆ ଖେଳିଛି। ଏହି ଛଅଟି ମ୍ୟାଚ୍ ମଧ୍ୟରୁ ଟିମ୍ ଇଣ୍ଡିଆ ତିନୋଟି ଜିତିଛି ଏବଂ ଦୁଇଟି ହାରିଛି। ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ମଧ୍ୟ ବାତିଲ ହୋଇଥିଲା। ଭାରତୀୟ ଦଳ ଶେଷ ଥର ପାଇଁ 2023 ରେ ଏଠାରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା, ଅଷ୍ଟ୍ରେଲିଆ ଠାରୁ ପାଞ୍ଚ ୱିକେଟରେ ହାରିଥିଲା।

ଏପର୍ଯ୍ୟନ୍ତ ଏଠାକାର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିବା କୁହାଯାଉଛି। ବାରସାପାରା କ୍ରିକେଟ୍ ଷ୍ଟାଡିୟମର ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି, ଏବଂ ପିଚ୍ ବ୍ୟାଟିଂ ପାଇଁ ବିଶେଷ ଭାବରେ ଅନୁକୂଳ ବୋଲି ପ୍ରମାଣିତ ହୋଇଛି।

Related Articles

Back to top button