
ତାରିଖ- ୧୯/୧୧/୨୦୨୫ : ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ କର କମଳରେ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଠାରୁ ପିଏମ କିଷାନ ଯୋଜନାର ୨୧ ତମ କିସ୍ତି ଆର୍ଥିକ ସହାୟତା ପ୍ରଦାନର ଶୁଭାରମ୍ଭ କରା ଯାଇଛି, ଏଥି ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶ ର ୯ କୋଟି ଯୋଗ୍ୟ ହିତାଧୁକାରୀଙ୍କୁ ସମ୍ବୋଧନ କରିଥିଲେ, ଯାହା ଆଭାସୀ ମାଧ୍ୟମ ରେ ରାଜ୍ୟ/ବ୍ଲକ/ ପଂଚାୟତ/ ଗ୍ରାମ ସ୍ତରରେ ସିଧା ସଳଖ ପ୍ରସାରିତ ହୋଇଥିଲା ।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ କୃଷି ଭବନ, ଭୁବନେଶ୍ବର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦାନ କରି ଚାଷୀ ମାନଙ୍କୁ ଉଦବୋଧନ ଦେଇଥିଲେ ଓ ଏଠି ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କୃଷି ବିଭାଗର ପ୍ରମୁଖ ଶାସନ ସଟିବ ଡ଼. ଅରବିନ୍ଦ କୁମାର ପାଢ଼ୀ, ଓୟୁଏଟି କୁଳପତି ଡ଼. ପ୍ରଭାତ କୁମାର ରାଉଳ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସନ୍ଦେନା ଉପସ୍ଥିତ ରହି ପି ଏମ କିଷାନ ଯୋଜନା ସମ୍ପର୍କ ରେ ଚାଷୀ ମାନଙ୍କୁ ଉପଦେଶ ଦେଇଥିଲେ । ଏଥି ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବଂ କୃଷି ବିଜ୍ଞାନ କେନ୍ଦ୍ର ରେ ମଧ୍ଯ ମାନ୍ୟବର ସଂସଦ, ବିଧାୟକ, ଜନ ପ୍ରତିନିଧୂ ଓ ଚାଷୀ ମାନକ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ରାଜ୍ୟ ର ତିନୋଟି ICAR ପ୍ରତିଷ୍ଠାନ ଯଥା- CIFA, CRRI ଏବଂ CIWA ଠାରେ ମଧ୍ୟ ଏହା ପାଳିତ ହୋଇଥିଲା ।
ପିଏମ- କିଷାନ ଦେଶ ର ଏକ କୃଷକ କଲ୍ୟାଣକାରୀ ଯୋଜନା। କେନ୍ଦ୍ର ସରକାର ଙ୍କର ଏହି ଯୋଜନାରେ ରାଜ୍ୟର ସମସ୍ତ ବର୍ଗର ଭୂମିଧାରୀ ଚାଷୀ ଲାଭାନ୍ବିତ ହେଉଛନ୍ତି । ଆବଶ୍ୟକ ସମୟରେ ବିହନ, ସାର, କୀଟନାଶକ ଇତ୍ୟାଦି କିଣିବା ପାଇଁ ଯୋଗ୍ୟ କୃଷକମାନଙ୍କୁ ସମାନ ତିନୋଟି କିସ୍ତିରେ ବର୍ଷକୁ ଟ ୬,୦୦୦/- ଙ୍କା ର ସହାୟତା ପ୍ରଦାନ କରାଯାଉଛି ।
ଆଜି ଏହି “ପି ଏମ- କିଷାନ ଦିବସ” ଅବସରରେ, ଆମ ରାଜ୍ୟ ସରକାର ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସକ୍ରିୟ ଉଦ୍ୟମ ଯୋଗୁଁ ଓଡିଶାର ୩୪.୧୨ ଲକ୍ଷରୁ ଉଦ୍ଧ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତା କୁ ଆଜି ୬୮୨.୫୨ କୋଟିରୁ ଉଦ୍ଧ ଟଙ୍କା ପ୍ରଦାନ କରାଯାଇଛି।




