
ଭୁବନେଶ୍ୱର ,ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ, ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସଂଭାବନା ରହିଛି ।
ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ, ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହା ଆହୁରି ଘନୀଭୂତ ହେବ। ୨୪ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।
ତେବେ ଏହାର ପ୍ରଭାବ କେତେ ରହିବ, କେଉଁଠି ଅଧିକ ପ୍ରଭାବ ପଡ଼ିବ ଓ ଏହା ବାତ୍ୟାର ରୂପ ନେବା ନା ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ ।
ଅନ୍ୟପଟେ ରାଜ୍ୟରେ ଏବେ ଶୀତ ସାମାନ୍ୟ କମିଛି।ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ବଳ ଗୋଟାଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସଂଭାବନା ରହିଛି ।




