
ଭୁବନେଶ୍ୱର ,ଯୁବକ ଯୁବତୀମାନଙ୍କ ପାଇଁ, ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିଛି ଉତ୍ତର ରେଳବାଇ।ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ, ପ୍ରାର୍ଥୀମାନଙ୍କର ଦଶମ ବୋର୍ଡ ପରୀକ୍ଷାରେ ଅତି କମରେ 50% ମାର୍କ ଏବଂ ସମ୍ବନ୍ଧିତ ଟ୍ରେଡ ବା ବାଣିଜ୍ୟରେ NCVT କିମ୍ବା SCVT ସ୍ୱୀକୃତିପ୍ରାପ୍ତ ITI ସାର୍ଟିଫିକେଟ ଥିବା ଆବଶ୍ୟକ।
ପ୍ରାର୍ଥୀମାନଙ୍କୁ RRC NR ର ଅଫିସିଆଲ୍ ୱେବସାଇଟ୍, rrcnr.org ପରିଦର୍ଶନ କରି ଅନଲାଇନରେ ଆବେଦନ କରିବାକୁ ପଡିବ। ଆବେଦନ ପାଇଁ ସର୍ବନିମ୍ନ ବୟସ 15 ବର୍ଷ ଏବଂ ସର୍ବାଧିକ ବୟସ 24 ବର୍ଷ। ବୟସ 24 ଡିସେମ୍ବର, 2025 ରୁ ଗଣନା କରାଯିବ।
ଏହି ନିଯୁକ୍ତି ଦକ୍ଷତା ଭିତ୍ତିକ, ତେଣୁ ITI ସ୍ତରୀୟ ଜ୍ଞାନ ଏବଂ ଟ୍ରେଡ କମ୍ବା ପ୍ରାକ୍ଟିକାଲ ଜ୍ଞାନ ରହିବା ଜରୁରୀ ବୋଲି ବିବେଚନା କରାଯାଏ। ଯେଉଁମାନେ ITI ନାହାଁନ୍ତି ସେମାନେ ଆବେଦନ କରିପାରିବେ ନାହିଁ।
ସରକାରୀ ନିୟମ ଅନୁଯାୟୀ, SC/ST ପ୍ରାର୍ଥୀମାନଙ୍କୁ 5 ବର୍ଷ ଏବଂ OBC ପ୍ରାର୍ଥୀମାନଙ୍କୁ 3 ବର୍ଷ ଛାଡ଼ ଦିଆଯିବ। ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଅତିରିକ୍ତ ବୟସ ଛାଡ଼ ପାଇଁ ଯୋଗ୍ୟ ହେବେ।




