ଅନ୍ୟାନ୍ୟଶିକ୍ଷା

CBIର ମାରାଥନ୍ ଜେରା।

 ଭୁବନେଶ୍ୱର ,ତିନି ଜଣ ପରୀକ୍ଷାର୍ଥୀ ଙ୍କୁ ନେଇ ସିବିଆଇ ଖୋଳତାଡ଼ କରିଛି ….ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ, ସିବିଆଇ ର ଖୋଳତାଡ଼।  ୪ ଜଣଙ୍କୁ ସିବିଆଇ ଅଧିକାରୀଙ୍କ ମାରାଥନ୍ ଜେରା। ୪ ଜଣଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ପରୀକ୍ଷାର୍ଥୀ।

ପାଖାପାଖି ସାଢେ ୮ ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଥିଲେ ଜେରାର ସମ୍ମୁଖୀନ ହୋଇଥିବା ପରୀକ୍ଷାର୍ଥୀ। ତେବେ ଆଉ ଜଣେ କିଏ, ତାହା ସ୍ପଷ୍ଟ ହୋଇପାରିନାହିଁ।
ମୋଟ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ୪ ଜଣଙ୍କୁ ଜେରା କରାଯାଇଛି।

ରାକେଟ୍ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା। ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ୪ ଜଣ ହାଜର ହୋଇଥିଲେ।

ଆଜି ଅନ୍ୟମାନେ ସିବିଆଇରେ ହାଜର ହେବେ ବୋଲି ଜଣାପଡିଛି। CBIରେ ହାଜର ହୋଇଥିବା ପରୀକ୍ଷାର୍ଥୀ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିଲେ।

Related Articles

Back to top button