
ଭୁବନେଶ୍ୱର ,ରାଜ୍ୟରେ ଆସନ୍ତା ୨୭ ତାରିଖ ପରେ ବର୍ଷା ସମ୍ଭାବନା ରହିଛି।
ଦକ୍ଷିଣ ଆଣ୍ଡାମାନ ସାଗରରେ ବଳ ଗୋଟାଇ ଆଗକୁ ବଢ଼ୁଛି ଲଘୁଚାପ କ୍ଷେତ୍ର।
ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ।
ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବ।
ବଙ୍ଗୋପସାଗରରେ ସାମ୍ଭାବ୍ୟ ଅବପାତର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ, ବାତ୍ୟାରେ ପରିଣତ ହେବା ପରେ କୁଆଡେ ମୁହାଁଇବ, କଣ ରହିବ ଦିଗ ସେନେଇ ଚିତ୍ର ସ୍ପଷ୍ଟ ହୋଇନି ।




