ଓଡ଼ିଶାଜାତୀୟ

ଆଉ ନାହାନ୍ତି ବଲିଉଡର ହି-ମ୍ୟାନ

ଭୁବନେଶ୍ୱର, ୨୪/୧୧/୨୦୨୪: ଶେଷ ଫିଲ୍ମ ରିଲିଜ ହେବା ଆଗରୁ ଚାଲିଗଲେ ବଲିଉଡର ସାହସୀ ହିରୋ | Bollywood ର ଷ୍ଟଣ୍ଟ ହିରୋ ବୋଲାଉଥିବା ଧର୍ମେନ୍ଦ୍ର ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି | ୮୯ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କହି ଅଫେରା ରାଇଜକୁ ଚାଲି ଯାଇଛନ୍ତି ସେ | ତାଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ମନରେ ଏବେ ଅନେକ ସ୍ମୃତି |

| ଧର୍ମେନ୍ଦ୍ର ନିଜ ଡେୟାରିଂ ନେଚର ପାଇଁ ଥିଲେ ସବୁଠୁ ଖାସ | ୧୯୭୯ରେ ଫିଲ୍ମ କର୍ତବ୍ୟ ରେ ଏକ ଚିତା ବାଘ ସହ ଧର୍ମେନ୍ଦ୍ରଙ୍କ ଫାଇଟିଂ ସିନ ଥିଲା | ସୁଟିଂ ଦେଖିବାକୁ ଏତେ ଲୋକଙ୍କ ଭିଡ ଜମିଲା ଜେ ଭିଡ ଦେଖି ଚିତା ଅନାୟତ ହୋଇଗଲା | ଆଉ ବାଘ ସହ ଧର୍ମେନ୍ଦ୍ରଙ୍କ ଘମାଘୋଟ ଲଢେଇ ହୋଇଥିଲା | କେବେଳ ପରଦାରେ ନୁହେଁ ନିଜର ବ୍ୟକ୍ତିଗତ ଜୀବନରେ ବହୁତ ଡେୟାରିଂ ଥିଲେ ଧର୍ମେନ୍ଦ୍ର | ତେବେ କେବେ ବାଘ ସହ ତ କେବେ ଚିତା ସହ ଲଢ଼ିଥିଲେ ସେ , ସେଥି ପାଇଁ ତାଙ୍କୁ ବଲିଉଡର ହି ମ୍ୟାନ ବୋଲି କୁହାଯାଉଥିଲା

ବଲିଉଡରେ ସବୁଠୁ ସମ୍ମାନିତ ଆଉ ଲୋକ ପ୍ରିୟ ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଧର୍ମେନ୍ଦ୍ର | ସାତ ଦଶକରୁ ଅଧିକ ଲମ୍ବା ସମୟର କରିଅରରେ ୩୦୦ସହ ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଛାପ ଛାଡି ଯାଇଛନ୍ତି ବଲିଉଡ ହି ମ୍ୟାନ | ଏଥିରୁ ଶୋଲେ, ଚୁପକେ ଚୁପକେ , ସୀତା ଓ ଗୀତ ପରି ଅନେକ ସୁପରହିତ ଫିଲ୍ମ ଏବେ ବି ସମସ୍ତଙ୍କ ମନକୁ ଛୁଏଁ

ଜୀବନର ଶେଷ ଯାଏଁ ଅଭିନୟ କୁ ଜାରି ରଖିଥିଲେ ଧର୍ମେନ୍ଦ୍ର | ତେବେ ତାଙ୍କ ଶେଷ ଫିଲ୍ମ ଇକିସ ରିଲିଜ ହେବା ପୂର୍ବରୁ ଚାଲିଗଲେ ବଲିଉଡ ର ହି ମ୍ୟାନ | ବ୍ୟକ୍ତି ଗତ ଜୀବନରେ ବେଶ ଜିନ୍ଦା ଦିଲ ଥିଲେ ଧର୍ମେନ୍ଦ୍ର | ହେଲେ କିଛି ଦିନ ହେବା ବାର୍ଦ୍ଧକ୍ୟ ସମସ୍ୟାକୁ ନେଇ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ | ହେଲେ ଦୁନିଆର ଚିରନ୍ତନ ସତ୍ୟ କ୍ରମରେ ଆମ ସମସ୍ତଙ୍କୁ ଛାଡି ଆଜି ସେ ଚାଲି ଯାଇଛନ୍ତି ଅଫେରା ରାଇଜକୁ

Related Articles

Back to top button