ଅନ୍ୟାନ୍ୟସ୍ୱାସ୍ଥ୍ୟ

ଦୁଗ୍ଧଜାତ ପଦାର୍ଥ ଶୀତ ଦିନେ ଖାଇବା ଭଲ ।

ଭୁବନେଶ୍ୱର,କ୍ଷୀର ଓ ଦହି, ଚିଜ୍ ଭଳି ଅନ୍ୟାନ୍ୟ ଦୁଗ୍ଧଜାତ ପଦାର୍ଥ ଶୀତ ଦିନେ ଖାଇବା ଭଲ । କାରଣ ଏଥିରୁ ପ୍ରଚୁର ପରିମାଣରେ ଭିଟାମିନ ବି12 ଓ ଏ, ପ୍ରୋଟିନ ଓ କ୍ୟାଲସିୟମ ରହିଛି, ଯାହା ଶରୀର ସୁସ୍ଥ ରଖେ । ଅନେକ ଲୋକ ଶୀତ ଦିନେ ବାରମ୍ବାର ଥଣ୍ଡାରେ ପଡିଥାନ୍ତି । ଏହି ଲୋକମାନେ ପ୍ରତିଦିନ ଉଷୁମ କ୍ଷୀର ପିଇବା ଉଚିତ୍ ।

ଶୀତ ଋତୁ ଥଣ୍ଡା ପାଗ ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ନେଇ ଆସିଥାଏ ।ଏହି ଦିନରେ ଥଣ୍ଡା, କାଶ, ଜ୍ବର ଭଳି ସ୍ବାସ୍ଥ୍ୟ ସମସ୍ୟା ସାଧାରଣ ହୋଇଥାଏ । ତେଣୁ ଶୀତ ଦିନେ ସୁସ୍ଥ ରହିବାକୁ ହେଲେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ । ଶୀତ ଦିନେ ମାଟି ତଳେ ଫଳୁଥିବା ପନିପରିବା ଯଥା ଗାଜର, ବିଟ୍, ମୂଳା, କନ୍ଦମୂଳ ଇତ୍ୟାଦି ଖାଇବା ଦେହ ପାଇଁ ହିତକର ।

ଏସବୁ ପରିବା ଡାଇଟାରୀ ଫାଇବର, ମିନେରାଲ ଏବଂ ଭିଟାମିନ ଏ, ସି ଭଳି ପୋଷକ ତତ୍ତ୍ବରେ ଭରପୁର ହୋଇଥାଏ । ଏହାଛଡା ଏଥିରେ ଥିବା ବିଟା କାରୋଟିନ ଆପଣଙ୍କ ଇମ୍ୟୁନ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ସୁପ୍ ଶୀତ ଦିନିରେ ସବୁଠୁ ଭଲ ଖାଦ୍ୟ ଯାହା ଥଣ୍ଡାରୁ ଶରୀରକୁ ଆରାମ ଦେଇଥାଏ ।  ଶୀତ ଦିନେ ନିୟମିତ ଗୁଡ ଖାଉଥିବା ଲୋକଙ୍କ ଶରୀର ପ୍ରାକୃତିକ ଭାବେ, ଗରମ ରହେ ଏବଂ ରୋଗ ପ୍ରତିରୋଧକ କ୍ଷମତା ବଢେ । ଏହାଦ୍ବାରା ଥଣ୍ଡା, କାଶ ଆଦି ସଂକ୍ରମଣରୁ ରକ୍ଷା ମିଳେ ।

Related Articles

Back to top button