
ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ ଲାଇନ୍। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷୁର ଚିଠି ଲେଖାଯାଇଛି।
କନ୍ୟା ବିବାହ ଯୋଜନାରେ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା।
ଏଥିପାଇଁ ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ।ତେବେ ସମାଜର ଆର୍ଥିକ ଅନଗ୍ରସର ଓ ସାମାଜିକ ଭାବେ ଅବହେଳିତ ଗୋଷ୍ଠୀଙ୍କୁ ଏହି ଯୋଜନାରେ ଟଙ୍କା ମିଳିବ।
ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି।
ସେ ଟଙ୍କାରୁ ୩୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ।
ବିବାହ ଉପହାର ୧୦ ହଜାର, ଆୟୋଜନ ପାଇଁ ସଂସ୍ଥାକୁ ମିଳିବ ୬ ହଜାର ଟଙ୍କା।




