
ଭୁବନେଶ୍ୱର,ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ବାରା କଣ ସବୁ ଅସୁବିଧା ହୋଇଥାଏ ଆସନ୍ତୁ ଜାଣିବା ।ଏହା ଆମ ଶରୀର ପାଇଁ କେତେ ଯେ କ୍ଷତିକାରକ ସେ ବାବଦରେ ଆମମାନଙ୍କ ମଧ୍ୟରୁ, ପ୍ରାୟ ଅନେକ ଲୋକ ଜାଣିନାହୁଁ।ଦୈନନ୍ଦିନ ଜୀବନର ବ୍ୟସ୍ତତା ମଧ୍ୟରେ, ଆମେ ପ୍ରାୟତଃ ପ୍ଲାଷ୍ଟିକ୍ ପ୍ୟାକ୍ ହୋଇଥିବା ପାଣି ବୋତଲ କିଣିବା କିମ୍ବା ପୁରୁଣା ବୋତଲକୁ ଧୋଇ ବାରମ୍ବାର ବ୍ୟବହାର କରୁ।ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ବାରା ପାନୀୟ ଜଳ ଦେଇ ଅନେକ ମାଇକ୍ରୋପ୍ଲାଷ୍ଟିକ ଆମ ଶରୀର ମଧ୍ୟକୁ ଯାଇଥାନ୍ତି। ଯାହାର ଆକାର ପ୍ରାୟ 5 ମିମିରୁ ମଧ୍ୟ କମ। ଯଦିଓ ଏହାର ପ୍ରଭାବ ଏବେ ଦେଖାଯାଇନଥାଏ, ମାତ୍ର ସମୟ ସହ ଏହା ଆମ ସ୍ବାସ୍ଥ୍ଯ ପାଇଁ ବହୁ ମାତ୍ରାରେ କ୍ଷତି କାରକ ହୋଇପାରେ।
ଯେତେବେଳେ ଆମେ ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଉ, ଆମେ ଅଜାଣତରେ ଏହି କ୍ଷୁଦ୍ର କଣିକାଗୁଡ଼ିକୁ ଗ୍ରାସ କରୁ। ଅନେକ ଅନ୍ତର୍ଜାତୀୟ ଅଧ୍ୟୟନରେ ବୋତଲ ପାଣିରେ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଜଣାପଡିଛି, ଯାହା ମନୁଷ୍ଯର ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।ପ୍ଲାଷ୍ଟିକ୍ ରେ ଥିବା କିଛି ରାସାୟନିକ ପଦାର୍ଥ ଶରୀରରେ ପ୍ରବେଶ କରି ଆହୁରି କ୍ଷତି ପହଞ୍ଚାଇପାରେ, ଯେପରିକି ହରମୋନ୍ ଅସନ୍ତୁଳନ, ପ୍ରଜନନରେ ସମସ୍ୟା ସୃଷ୍ଟି କରିଥାଏ ଏହି କଣିକା। ଏପରିକି କ୍ଯାନସର ଭଳି ଘାତକ ରୋଗ ସୃଷ୍ଟି କରିଥାଏ।ଏହି କଣିକାଗୁଡ଼ିକର ଦୀର୍ଘକାଳୀନ ପ୍ରଭାବ ଉପରେ ଗବେଷଣା ଜାରି ରହିଥିବା ବେଳେ, ବର୍ତ୍ତମାନର ପ୍ରମାଣ ସୂଚାଇ ଦେଉଛି ଯେ ମାଇକ୍ରୋପ୍ଲାଷ୍ଟିକ୍ ଶରୀର ପାଇଁ ବହୁତ କ୍ଷତିକାରକ।ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ (NIH) ଏହି ପ୍ରସଙ୍ଗରେ ଏକ ରିପୋର୍ଟ ପ୍ରକାଶ କରିଛି। । ପ୍ରଥମେ, ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ପରିତ୍ୟାଗ କରନ୍ତୁ ଏବଂ ଷ୍ଟିଲ୍, କାଚ କିମ୍ବା BPA-ମୁକ୍ତ ବୋତଲ ବ୍ୟବହାର କରନ୍ତୁ।




