
ଭୁବନେଶ୍ୱର ,କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ବାଣୀପଦା ପଞ୍ଚାୟତ,ଯେଉଁଠି ମହିଳାମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ରାହା ଦେଇଛି ଛତୁ ଚାଷ।ପ୍ରଥମେ ଛତୁଛାଷ ପାଇଁ ସେମାନଙ୍କ ପାଖରେ ନଥିଲା ଆର୍ଥିକ ସମ୍ବଳ। ଏପରିକି ପ୍ରଶାସନର ସହଯୋଗ ମଧ୍ୟ ମିଳିନଥିଲା। ହେଲେ ଏହି ସମୟରେ ତାଙ୍କ ପାଖରେ ପହଞ୍ଚିଥିଲା ଚୌଦ୍ଵାର ଇମ୍ଫା କାରଖାନାର ସାମାଜିକ ଦାୟିତ୍ଵବୋଧ ଶାଖା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ। ଆଉ ମହିଳାମାନଙ୍କୁ ଛତୁ ଚାଷ ପାଇଁ ଦିଆଯାଇଥିଲା ପ୍ରଶିକ୍ଷଣ। ଦଶ ଜଣ ମହିଳାଙ୍କୁ ନେଇ ଏକ Group ଗଠନ କରାଯାଇଥିଲା। ଆଉ ସ୍ୱଳ୍ପ ପୁଞ୍ଜିରେ ସେମାନେ ଆରମ୍ଭ କରିଥିଲେ ଛତୁ ଚାଷ। ଯାହା ତାଙ୍କୁ ଖୁବ ସଫଳତା ଦେଇଥିଲା। ଏବେ ଏହି ଗାଁର ୮୦ ଭାଗ ମହିଳା ଛତୁ ଚାଷ କରୁଛନ୍ତି। ଆଉ ଦିନକୁ ପ୍ରାୟ ୧୦ ରୁ ୧୫ କେଜି ଛତୁ ଉତ୍ପାଦନ କରୁଛନ୍ତି। ଛତୁ ଫାର୍ମରୁ ମୁଣ୍ଡପିଛା ମାସକୁ ୫ ରୁ ୬ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି।
ଚାଷଟି ଖୁବ ସରଳ ହୋଇଥିବାରୁ ଏଥିପ୍ରତି ମହିଳାମାନେ ବେଶ ଆଗ୍ରହୀ ହେଉଛନ୍ତି। ତେବେ କେବଳ ଛତୁ ନୁହେଁ ଫିନାଇଲ, ପାମ୍ପଡ, ଆରିସା ପିଠା,ଆଚାର ଆଦି ମଧ୍ୟ ପ୍ରସ୍ତୁତ କରି ବିଭିନ୍ନ ମେଲଣ ଗୁଡିକରେ ଷ୍ଟଲ ପକାଇ ବିକ୍ରି କରିଥାନ୍ତି ମହିଳାମାନେ।ତେବେ ଗାଁରେ କେବଳ ଏହି ଗୋଟିଏ Group ପ୍ରାୟ ୧୫ରୁ ଅଧିକ ଗ୍ରୁପର ତିଆରି ହୋଇଛି। ତେବେ ବିନା କୌଣସି ସରକାରୀ ସହଯୋଗରେ ଛତୁଚାଷ କରି ସେମାନେ ହୋଇଛନ୍ତି ସ୍ୱାବଲମ୍ୱୀ।




