ଅପରାଧଶିକ୍ଷା

ସିବିଆଇ କାର୍ଯ୍ୟାଳୟରେ ନୀତୀଶ କୁମାରକୁ ଜେରା ।

ଭୁବନେଶ୍ୱର ,ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ C B Iବିହାରରୁ ଜଣେ ଅଭିଯୁକ୍ତକୁ ଉଠାଇ ଆଣି ଭୁବନେଶ୍ବରରେ, ଜେରା କରୁଛି। ଭୁବନେଶ୍ବରର ସିବିଆଇ କାର୍ଯ୍ୟାଳୟରେ ନୀତୀଶ କୁମାରକୁ ଝାଳବୁହା ଜେରା ଚାଲିଛି। ବଛାବଛା ଅଧିକାରୀ ତାକୁ ଜେରା କରୁଛନ୍ତି। ସେ ପ୍ରାୟ ୬୦୦ ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଇଥିଲା ବୋଲି ଜଣାଯିବା ପରେ ସିବିଆଇ ନୀତୀଶ କୁମାରକୁ ଧରିଥିଲା। ନୀତୀଶଘଟଣାର ମାଷ୍ଟର ମାଇଣ୍ଡ ବିରଞ୍ଚି ନାୟକର ଅନ୍ୟତମ ସହଯୋଗୀ। C B I  ଅଧିକାରୀମାନେ, ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କରିଛନ୍ତି।  ସିବିଆଇର ଅଧିକାରୀମାନେ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲେ। ରୢାକେଟ୍‌ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା। ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଆଜି ୪ ଜଣ ହାଜର ହୋଇଥିଲେ।  ପରେ ଅନ୍ୟମାନେ ସିବିଆଇରେ ହାଜର ହୋଇଥିଲେ ।

Related Articles

Back to top button