ଜୀବନଶୈଳୀସ୍ୱାସ୍ଥ୍ୟ

ଦିଲ୍ଲୀ ସରକାର ଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭୁବନେଶ୍ୱର ,ଦିଲ୍ଲୀର ବାୟୁ ଅତ୍ୟନ୍ତ ବିଷାକ୍ତ ହୋଇପଡିଥିବାରୁ, ସେଠାରେ GRAP-4 ନିୟମ ଲାଗୁ କରାଯାଇଛି। ରାସ୍ତାରେ ଗାଡିମୋଟର ଚଳାଚଳ କମାଇବା ଏବଂ ପ୍ରଦୂଷଣ ମାତ୍ରା ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ଏଭଳି କଡା ଗାଇଡଲାଇନ ଜାରି କରିଛନ୍ତି, ଯାହାଦ୍ୱାରା ରାଜଧାନୀବାସୀଙ୍କୁ ବିଷାକ୍ତ ପବନରୁ, କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରିବ।ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ରାଜଧାନୀର ସମସ୍ତ ପ୍ରତିଷ୍ଠାନରେ ୫୦ ପ୍ରତିଶତ କର୍ମଚାରୀଙ୍କ ପାଇଁ ‘ୱାର୍କ ଫ୍ରମ ହୋମ’ ବା ଘରେ ରହି କାମ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଭୟ ସରକାରୀ ଏବଂ ବେସରକାରୀ ଅଫିସ ପାଇଁ ଲାଗୁ ହେବ। ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ କପିଲ ମିଶ୍ର ଘୋଷଣା କରିଛନ୍ତି।ସରକାର ଚେତାବନୀ ଦେଇଛନ୍ତି ଯେ ଏହି ନିର୍ଦ୍ଦେଶାବଳୀ ପାଳନ ନ କଲେ, ଭାରୀ ଜରିମାନା ଦେବାକୁ ପଡିବ। ଏହା ହସ୍ପିଟାଲ, ଜେଲ, ସାର୍ବଜନୀନ ପରିବହନ, ଜଙ୍ଗଲ ଏବଂ ଜଳ ବୋର୍ଡ ଭଳି ସେବା ପାଇଁ ପ୍ରଯୁଜ୍ୟ ନୁହେଁ।ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହା ଅନୁଯାୟୀ, ନିର୍ମାଣ ଶ୍ରମିକମାନଙ୍କୁ ୧୬ ଦିନ ପାଇଁ ୧୦,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବ। ସମସ୍ତ ଯାଞ୍ଚ ହୋଇଥିବା ଶ୍ରମିକ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ପେମେଣ୍ଟ ପାଇବେ।

Related Articles

Back to top button