ଅନ୍ୟାନ୍ୟଓଡ଼ିଶା

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍

ଭୁବନେଶ୍ୱର , ଜଗତସିଂହପୁର ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ, ଚଢ଼ାଉ କରିଛି ଭିଜିଲାନ୍ସ।

ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସ ଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକା ସଙ୍ଗରେ ୪ଟି ସ୍ଥାନରେ ରେଡ୍ କରିଛି ଦୁର୍ନୀତି ନିବାରଣ ବିଭାଗ ଟିମ୍।

ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସ ବୁକ, ସୁନା ଗହଣା ଓ ନଗଦ ଟଙ୍କା ଜବତ ହୋଇଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ, ଭିଜିଲାନ୍ସ ରେଡ୍।

ସଦର ଥାନା ଚାଟରା ସ୍ଥିତ ଘର ସମେତ, ୪ଟି ସ୍ଥାନରେ ରେଡ୍ ।

Related Articles

Back to top button