ସୁନାର ଶୁଦ୍ଧତା କିପରି ଜାଣିବେ

ଭୁବନେଶ୍ୱର , ଭାରତରେ ସୁନାର ମୂଲ୍ୟ ପ୍ରତି ସପ୍ତାହରେ ବୃଦ୍ଧି ପାଇବାରେ,ଲାଗିଛି। କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ ।ଗୋଟିଏ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନା ୨୬୦ ବୃଦ୍ଧି ପାଇଛି।ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧୩୪,୩୩୦, ଯେତେବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧୨୩,୧୫୦ ରହିଛି।
ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ରେଟ ୧,୩୪,୧୮୦ ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧,୨୩,୦୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୨୫୦ ବୃଦ୍ଧି ପାଇଛି। ଡିସେମ୍ବର ୨୧ ତାରିଖରେ, ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧୩୪,୩୩୦ ଥିଲା। ଅନ୍ତର୍ଜାତୀୟ ବଜାରରେ ସୁନାର ସ୍ପଟ୍ ମୂଲ୍ୟ ପ୍ରତି ଆଉନ୍ସ ୪,୩୨୨.୫୧ ଅଛି।୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯% ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ପ୍ରସ୍ତୁତ । ୨୪ କ୍ୟାରେଟ୍ ସୁନାରେ ଅଳଙ୍କାରରେ ତିଆରି କରାଯାଇପାରିବ ନାହିଁ । ସେଥିପାଇଁ ଅଧିକାଂଶ ଦୋକାନୀମାନେ,୨୨ କ୍ୟାରେଟ ସୁନା ବିକ୍ରି କରନ୍ତି । ସୁନାର ଶୁଦ୍ଧତା ଜାଣିବା ପାଇଁ,ISO ଦ୍ୱାରା ହଲ୍ ମାର୍କ ଦିଆଯାଏ । ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୮୫, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଛି ।



