
ଭୁବନେଶ୍ୱର ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମରେ, ୪୨୦ଟି ନୂଆ ଆମ୍ବୁଲାନ୍ସ ଚଳାଚଳ ଶୁଭାରମ୍ଭ କରିବେ ବୋଲି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଆମ୍ବୁଲାନ୍ସର ବ୍ରାଣ୍ଡିଂ ହୋଇଥିବାବେଳେ ସେଥିରୁ ୧୫୦ଟି ୧୦୮ ଆମ୍ବୁଲାନ୍ସ ଗଡ଼ିବ।
ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ, ଶୁଭାରମ୍ଭକୁ ଅପେକ୍ଷା।
ନୂଆ ଆମ୍ବୁଲାନ୍ସ ଆସିବା ପରେ, ପୁରୁଣା ଆମ୍ବୁଲାନ୍ସକୁ ସମ୍ପୃକ୍ତ ଜିଲ୍ଲା ର,C D M O ଙ୍କ ଜରିଆରେ ହସ୍ତାନ୍ତର କରାଯିବ।
ନୂଆ ଆମ୍ବୁଲାନ୍ସ ଆସିବା ଦ୍ବାରା ସାଧାରଣ ରୋଗୀ ଉପକୃତ ହେବେ।
ଖରାପ ୧୦୮ ଆମ୍ବୁଲାନ୍ସ ବଦଳରେ, ନୂଆ ଗାଡ଼ି ଗଡ଼ିବ।




