
ଭୁବନେଶ୍ୱର, ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କର୍ଣ୍ଣାଟକ ଚିତ୍ରାଦୁର୍ଗ ଜିଲ୍ଲାରେ । ବେଙ୍ଗାଲୁରୁ-ଶିବମୋଗା ୪୮ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତିରେ ଘଟିଛି ଏଭଳି ଦୁର୍ଘଟଣା। ଏକ ସ୍ଲିପର ବସ୍ ସହ ଟ୍ରକର ଦୁର୍ଘଟଣା ପରେ ଏଭଳି ଅଘଟଣ, ୯ ଜୀବନ୍ତ ଦଗ୍ଧ ସହ ୧୦ ମୃତ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତ୍ରଦୁର୍ଗ ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।ଭାରସାମ୍ୟ ହରାଇ ଟ୍ରକଟି ଡିଭାଇଡର ଡେଇଁ ବସ୍ ସହ ଧକ୍କା ହୋଇଛି । ବସର ଇନ୍ଧନ ଟାଙ୍କିରେ ମାଡ ହୋଇ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି । ବସରେ ଥିବା କିଛି ଯାତ୍ରୀ କୌଣସି ମତେ ବାହାରି ଆସିଥିବା ବେଳେ ୯ ଜଣ ଘଟଣାସ୍ଥଳରେ ଜୀବନ୍ତଦଗ୍ଧ ହୋଇଥିବା ବେଳେ ଓ ଅନ୍ୟ ଜଣଙ୍କୁ ମେଡିକାଲରେ ମୃତ ଘୋଷଣା କରାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଟ୍ରକ ଡ୍ରାଇଭର ।




