ଜାତୀୟରାଜନୀତି

ଯଶୱନ୍ତ ମିଳିତ ମେଣ୍ଟର ରାଷ୍ଟ୍ରପତି ପାର୍ଥ୍ରୀ

ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ ନେତା ଯଶୱନ୍ତ ସିହ୍ନାଙ୍କ ନାମ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପାର୍ଥ୍ରୀ ଭାବେ ଘୋଷଣା କରାଯାଇଛି । ମଙ୍ଗଳବାର ଅନୁଷ୍ଠିତ ବିରୋଧୀ ମେଣ୍ଟ ବୈଠକରେ ଯଶୱନ୍ତଙ୍କ ନାମ ଚୂଡ଼ାନ୍ତ ହୋଇଥିଲା । ପରେ କଂଗ୍ରେସ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖାର୍ଗେ ଯଶୋୱନ୍ତଙ୍କ ନାମ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଥିଲେ । ଏଥି ପୂର୍ବରୁ ମଙ୍ଗଳବାର ଯଶୋୱନ୍ତ ଟିଏମସିରୁ ଇସ୍ତଫା ଦେଇଥିଲେ । ଏହି ଅବସରରେ ସିହ୍ନା କହିଛନ୍ତି କି ବିରୋଧୀମାନଙ୍କୁ ଏକଜୁଟ କରି ବ୍ୟାପକ ରାଷ୍ଟ୍ର ଉର୍ଦ୍ଦେଶ୍ୟରେ କାମ କରିବେ । ଏନସିପି ମୁଖ୍ୟ ଶରଦ ପାୱାର ଓ ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ବିରୋଧୀ ମେଣ୍ଟରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ମନା କରିବା ପରେ ଯଶବନ୍ତ ସିହ୍ନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା । ଗତକାଲି ଶରଦ ପାୱାରଙ୍କ ବାସଭବନରେ ବିରୋଧୀ ମେଣ୍ଟର ପୁଣି ଏକ ବୈଠକ ବସିଥିଲା । ଏହି ବୈଠକକୁ ମମତା ବାନାର୍ଜୀ ଯାଇ ନଥିଲେ ବି ସେ ଅଭିଷେକ ବାନାର୍ଜୀଙ୍କୁ ପଠାଇଥିଲେ । ସେଠାରେ ଅଭିଷେକ, ଯଶବନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବ ରଖିଥିଲେ ଓ ଏହାକୁ ୧୯ ଟି ବିରୋଧୀ ଦଳ ସମର୍ଥନ କରିଥିଲେ । ପୂର୍ବତନ କେନ୍ଦ୍ର ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଯଶୋବନ୍ତ ସିହ୍ନା ୨୦୧୮ରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ସେପଟେ ରାଷ୍ଟ୍ରପତି ପ୍ରାର୍ଥୀ ସଂପର୍କରେ ବିଚାରବିମର୍ଶ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସୁଛି । ସର୍ବସମ୍ମତ ପ୍ରାର୍ଥୀ ଦେବା ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଦଳ ସଭାପତି ଜେ.ପି ନଡ୍ଡା ଗତ ସପ୍ତାହରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com