
ଭୁବନେଶ୍ୱର,ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଘରର ସାଜସଜା ବି କେଉଁ ଶିଳ୍ପପତିଙ୍କ, ଘରଠାରୁ କିଛି କମ୍ ନୁହେଁ । ଘର ଭିତରର ଇଣ୍ଟରିୟର ଡିଜାଇନ୍ ନିଶ୍ଚୟ ଆପଣ କୌଣସି ଫିଲ୍ମରେ ଦେଖିଥିବେ । ଖାଲି କ’ଣ ଏତିକି, ଚିକମିକ୍ କରୁଥିବା ଝୁମର ବି ବାବୁଙ୍କ କଳା ଟଙ୍କାର କାହାଣୀ କହୁଛି । ଘର ଭିତରର ସୋଫା ସେଟ୍ ଓ ଆସବାବପତ୍ର ବେଶ୍ ଦାମୀ । ଯାହାକି ଭିଜିଲାନ୍ସ ଚଢାଉ ବେଳେ ସାମ୍ନାକୁ ଆସିଛି । ଆଖି ଖୋସି ହୋଇଗଲା ପରି ସମ୍ପତ୍ତି ଦେଖି ଅଧିକାରୀ ମାନେ ତାଜୁବ୍ ହୋଇଛନ୍ତି । ରେଡ୍ ବେଳେ, ନିରଞ୍ଜନଙ୍କ ପାଖରୁ ମିଳିଛି ୭ଟି ମହଙ୍ଗା ପ୍ଲଟ୍ । ଯେଉଁଥିରେ ଭୁବନେଶ୍ବରରେ ୨ଟି, ଜଗତସିଂହପୁରରେ ୪ଟି ରହିଛି । ଭୁବନେଶ୍ବର ଘରେ ରେଡ୍ ବେଳେ ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଛି, ମୋଟା ମୋଟା ସୁନା ହାର, ଚେନ, ମୁଦି, ମହଙ୍ଗା ଘଡ଼ି, ବିଦେଶୀ ନୋଟ୍ ମିଳିଛି। ଘର ସାରା ଯେଉଁଠି ହାତ ମାରିବେ ସେଠୁ ମିଳିଛି ସୁନା।ଫରେଷ୍ଟର ଚାକିରି କରିଥିଲେ, ହେଲେ ମିଳୁଥିଲା ପୁଳାପୁଳା ଉପୁରି । ଯାହାକୁ ନେଇ ଖବ୍ ଅଏସ୍ କରୁଥିଲେ ସେମିଳିଗୁଡ଼ା ଫରେଷ୍ଟର ବାବୁ ନିରଞ୍ଜନ ଶତପଥୀ । ହେଲେ ଏବେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ପରେ ବାବୁଙ୍କ ଅମାପ ସମ୍ପତ୍ତି ତାଲିକା ଲେଖିବା ଆରମ୍ଭ କରିଛି ।




