ଓଡ଼ିଶାଶିକ୍ଷା

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଭୁବନେଶ୍ୱର ,ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତର ଲାମ୍ବାର, ସୁଲୁରୁ ଓ ମୁରାଗୁଡା ଭଳି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି, ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର….

ଏହି ବିଦ୍ୟାଳୟ ଗୁଡିକରେ, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୭ରୁ ଊର୍ଦ୍ଧ୍ୱ ପିଲା ପଢ଼ନ୍ତି।

ଏଠି ନା ଅଛି ବିଦ୍ୟାଳୟ, ନା ଅଛି ଶ୍ରେଣୀଗୃହ।

ଗୃହ ନ ଥିବାରୁ ବର୍ଷ ବର୍ଷ ଧରି ପର ବାରଣ୍ଡା ହିଁ ଗଢା ହେଉଛି ପିଲାଙ୍କ ଭାଗ୍ୟ। ସ୍କୁଲ୍ ଟାଇମ୍ ହୋଇଗଲେ ଗାଁର ଜଣେ ବ୍ୟକ୍ତିଙ୍କ ବାରଣ୍ଡାକୁ ଧାଇଁ ଆସନ୍ତି ପିଲାମାନେ।

ଏଠି କଳାପଟା ଥୁଆଯାଏ ଆଉ ପାଠ ପଢାଯାଏ।

ବର୍ଷା, ଖରା, ଶୀତ ସବୁବେଳେ ଏହି ପିଣ୍ଡା ହିଁ ହୋଇଛି ବିଦ୍ୟାଳୟ।

Related Articles

Back to top button