
ଭୁବନେଶ୍ୱର ,ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା ଆମ୍ ବସ୍ ।
ଭୁବନେଶ୍ୱର ରୂପାଲି ଛକରେ ଆମ୍ ବସ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ଫଳରେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ବାରମ୍ବାର ଆମ୍ ବସ୍ ଧକ୍କାରେ ଲୋକଙ୍କ ଜୀବନ ଯାଉଥିବା ବେଳେ, ସଡକ ସୁରକ୍ଷା ସପ୍ତାହ ଆରମ୍ଭରେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି ।
ଆମ ବସ ଡ୍ରାଇଭରଙ୍କୁ କାହିଁକି ସଚେତନ କରାଯାଉନାହିଁ ବଲେି ପ୍ରଶ୍ନ ଉଠିଛି ।
ଦୁର୍ଘଟଣା ପରେ ଆମ ବସ ଡ୍ରାଇଭର ଫେରାର ହୋଇଯାଇଛି ।
ଉତ୍ତେଜନା ପ୍ରକାଶ ପାଇବାରୁ ଡିସିପି ପହଞ୍ଚି ବୁଝାସୁଝା କରୁଛନ୍ତି ।




