
ଭୁବନେଶ୍ୱର ,ଆଜି ସକାଳେ ଏକ ସ୍କୁଟି ଡିଭାଇଡରେ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି।
ମୃତକ ହେଲେ ଆଇଆଇଟିର, ପିଏଚଡି ଛାତ୍ର ଶଙ୍ଖ ଶୁଭ୍ର ଚକ୍ରବର୍ତ୍ତୀ ବୋଲି ଜଣାପଡିଛି ।
ସାଙ୍ଗରେ ଥିବା ଶକ୍ତି ଶ୍ରୀବାସ୍ତବ ଗୁରୁତର ହୋଇଥିବାବେଳେ, ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ପାଇ ଜଟଣୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଛି, ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ।




