ଓଡ଼ିଶା

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଆଜି ବସିବ ପ୍ରଥମ ସମନ୍ୱୟ ବୈଠକ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ଆଜି ବସିବ ପ୍ରଥମ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲରେ ଏହି ସମନ୍ୱୟ ବୈଠକ ବସିବ । ଦିନ ୧୧ଟାରେ ବସିବାକୁ ଥିବା ଏହି ବୈଠକରେ ଶୃଙ୍ଖଳିତ ରଥଯାତ୍ରା ସମ୍ପର୍କରେ ଆଲୋଚନା ହେବ । ଗତ ଦୁଇବର୍ଷ ଧରି ବିନା ଭକ୍ତରେ କରୋନା କଟକଣାରେ ରଥ ଯାତ୍ରା ହେଉଥିଲା । କିନ୍ତୁ ଚଳିତ ଥର ଭକ୍ତଙ୍କ ଗହଣରେ ଘୋଷଯାତ୍ରା ହେବାର ସମ୍ଭାବନା ରହିଛି । ଏଣୁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କିପରି ସମସ୍ତ ବ୍ୟବସ୍ଥା କରାଯିବ, ସେ ସମ୍ପର୍କରେ ଆଲୋଚନା ହେବ ।

ବିଶେଷକରି ଗମନାଗମନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ସୁରକ୍ଷା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ପରିମଳ, ରାସ୍ତାଘାଟ ନିର୍ମାଣ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com