ଅନ୍ୟାନ୍ୟଓଡ଼ିଶା

ଗଞ୍ଜାମ ଆସିକା ପୁଲିସ୍‌କୁ ବଡ଼ ସଫଳତା

 ଭୁବନେଶ୍ୱର,ଆସିକା ପୁଲିସ ଉପଖଣ୍ଡରେ ମିଳିତ ଚଢ଼ଉ କରି, ୭ ଏମ୍.ଏମ୍ ମାଉଜର ସହିତ ୨ ଜଣଙ୍କୁ ଗିରଫ କରିଛି । ସେହିପରି ବେଆଇନ ମଦ ପ୍ରସ୍ତୁତି ବେଳେ ୫ଜଣ ଓ ଜୁଆଆଡ୍ଡାରେ ଚଢ଼ାଉ କରି, ୨୭ ଜଣଙ୍କୁ ଗିରଫ କରାଯାଇଛି । ଆସିକା ଏସଡିପିଓ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ବରେ ଆସିକା ପୁଲିସର ଏକ ଟିମ୍ ଥାନାଧିକାରୀ କୁଳମଣି ସେଠୀଙ୍କ ସହିତ କାଳଷଣ୍ଢପୁର ନିକଟ ଋଷିକୁଲ୍ୟା ନଦୀ ବ୍ରିଜ୍ ଉପରେ କଡା ଚେକିଂ କରି ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଏବଂ ସେମାନଙ୍କ ନିକଟରୁ ଦୁଇଟି ୭ ଏମ୍‌.ଏମ୍ ମାଉଜର ଓ ୩ଟି ଗୁଳି ଜବତ କରିଛି ।  ସେମାନଙ୍କ ନିକଟରୁ ୮୦ ହଜାର ଟଙ୍କା ଜବତ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିଲା ।ସେହିପରି ଆସିକା ଥାନା ଅଧୀନ ବାଲିସିରା ଓ ବଡ଼ଗଡ଼ ଥାନା ଅଧୀନ ରୁଗୁମୁ ଗାଁରେ ଚଢ଼ାଉ କରି ତିନି ହଜାର ଲିଟର ପୋଚ ନଷ୍ଟ କରିବା ସହିତ ୧୫୦ ଲିଟର ମଦ,ଗୁଡ଼ ଓ ୟୁରିଆ ଜବତ ହୋଇଛି ।ପାଟପୁର, ହିଞ୍ଜିଳି, ବଡ଼ଗଡ଼ ଓ ଶେରଗଡ଼ ଥାନା ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ଉ କରି ୨୭ ଜଣ ଜୁଆଡ଼ିଙ୍କୁ ମଧ୍ୟ ଗିରଫ କରାଯାଇଛି।

Related Articles

Back to top button