ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ହେବ ଆଲୋଚନା

ଭୁବନେଶ୍ୱର ,ଆଜି ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ, ବିଶେଷ ଆଲୋଚନା କରାଯିବ । ଶ୍ରୀମନ୍ଦିର ଆଇନରେ, ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ। ଶ୍ରୀମନ୍ଦିର ଆଇନରେ ଶଂସୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେହି ପ୍ରସ୍ତାବ ଉପରେ କରାଯିବ ବିସ୍ତୃତ ଆଲୋଚନା ।
ଏଥିସହ ଧାଡି ଦର୍ଶନ ବ୍ୟବସ୍ତା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ସହ ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ହେବ ଆଲୋଚନା।ସକାଳ ୧୧ ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଗଜପତି ମହାରାଜା ଅଧ୍ୟକ୍ଷତା କରିବେ।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ନୀତି ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ। ବୈଠକରେ ରତ୍ନଭଣ୍ଡାରରେ ଗଛିତ ଅଳଙ୍କାର ଗଣତିମଣତି ଉପରେ ହେବ ବିସ୍ତୃତ ଆଲୋଚନା।
ଗତ ରତ୍ନଭଣ୍ଡାର ହାଇଲେବୁଲ ମିଟିଂରେ ଅଳଙ୍କାର ଗଣତିମଣତି ଚିଠା ପ୍ରସ୍ତାବ ଆଗତ ହୋଇ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ହୋଇସାରିଛି। ଆଜି ପରିଚାଳନା କମିଟି ବୈଠକରେ ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ।




