
ଭୁବନେଶ୍ୱର ,ଭଦ୍ରକ ଜିଲ୍ଲା ଧାମରା ବନ୍ଦରରୁ କିଛି କିଲୋମିଟର ଦୂରରେ ଥିବା ଉଡ଼ାବାଲି ଦ୍ବୀପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପୋଲିସ୍ ଡିଜି ୱାଇ.ବି. ଖୁରାନିଆ। ରାଷ୍ଟ୍ରୀୟ ଏକତା ଓ ସୁରକ୍ଷାର ପ୍ରତୀକ ଭାବେ ସମୁଦ୍ର ମଝିରେ ଥିବା ଏହି ଦ୍ବୀପରେ ଉଡୁଛି ତ୍ରିରଙ୍ଗା।
ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଉପକୂଳବର୍ତ୍ତୀ ଇଲାକାକୁ ପ୍ରବେଶ କରି ବସତି ସ୍ଥାପନ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ । ତେଣୁ ସେମାନଙ୍କୁ ଚେକ୍ ଦେବା ସହ ଉପକୂଳ ସୁରକ୍ଷା ପାଇଁ ଓଡ଼ିଶା ପୋଲିସର ଏହା ଅଭିନବ ପ୍ରୟାସ।
ଏହି ଅବସରରେ ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ଆଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ତରଫରୁ ଦୀର୍ଘମିଆଦୀ ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ।
ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ DGP & IGP ସମ୍ମିଳନୀରେ, ଉପକୂଳ ସୁରକ୍ଷା ସମ୍ପର୍କିତ ଆଲୋଚନା ବେଳେ ଏଭଳି ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି।




