ଅନ୍ୟାନ୍ୟସ୍ୱାସ୍ଥ୍ୟ

ତମାକୁମୁକ୍ତ ଓଡ଼ିଶା ଦିଗରେ ଏକ ବଡ଼ ପଦକ୍ଷେପ

 ଭୁବନେଶ୍ୱର ,ସମସ୍ତ ତମାଖୁ ଉତ୍ପାଦ ଉପରେ ଲଗାଇଲେ ବ୍ୟାନ। ଏହି ନିଷ୍ପତ୍ତି ତମାଖୁ ବ୍ୟବହାରକାରୀଙ୍କ ଉପରେ, ଯଥେଷ୍ଟ ପ୍ରଭାବ ପକାଇବ।ତେବେ 22 ଜାନୁଆରୀ 2026 ଅର୍ଥାତ ଆଜିଠାରୁ ରାଜ୍ୟରେ ବିଡ଼ି, ସିଗରେଟ୍‌, ଗୁଟଖା, ତମାକୁ, ଖଇନି, ଜର୍ଦ୍ଦା ସହିତ ସମସ୍ତ ତମାକୁ ଉତ୍ପାଦନକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଛି। ଏହାସହ ଏହି ସମସ୍ତ ପଦାର୍ଥର ଉତ୍ପାଦନ, ପ୍ୟାକେଜିଂ, ବଣ୍ଟନ ଓ ବିକ୍ରି ଉପରେ ମଧ୍ୟ କଡା ପ୍ରତିବନ୍ଧ ଲାଗୁ କରାଯାଇଛି।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ଏ ସମ୍ପର୍କରେ ଆଧିକାରିକ ନୋଟିଫିକେସନ୍‌ ଜାରି କରି ନୂଆ ନିୟମକୁ କାର୍ଯ୍ୟକାରୀ କରିଛି।ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜର୍ଦ୍ଦା, ଖଇନି, ଗୁଟ୍‌ଖା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି। ଏହାସହ ଧୂଆଁହୀନ ତମାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖରାପ।ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ FSSAI ନିୟମାବଳୀ ଅନୁଯାୟୀ ନିଆଯାଇଛି। ସରକାର ସାଧାରଣ ଲୋକଙ୍କୁ ଏହି ନିୟମ ପାଳନ କରି ତମାକୁମୁକ୍ତ ଓଡ଼ିଶା ଗଢ଼ିବାରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି। କ୍ୟାନ୍ସର ଓ ଅନ୍ୟାନ୍ୟ ଗୁରୁତର ରୋଗକୁ ରୋକିବା ଦିଗରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।

Related Articles

Back to top button