ଅନ୍ୟାନ୍ୟଅପରାଧ

ହାଇଦ୍ରାବାଦ ବେଗମ୍ପେଟରୁ ଗିରଫ କଲା ତେଲେଙ୍ଗାନା ପୋଲିସ

ଭୁବନେଶ୍ୱର ,ଭୁବନେଶ୍ବରରୁ ମୁମ୍ବାଇ ଗଞ୍ଜେଇ ଚାଲାଣ କରୁଥିବା ବେଳେ ହାଇଦ୍ରାବାଦରୁ ଧରାପଡ଼ିଛନ୍ତି ଫୁଲବାଣୀର ମହିଳା। ତାଙ୍କୁ ହାଇଦ୍ରାବାଦର ବେଗମ୍ପେଟରେ, ଗିରଫ କରିଛି ତେଲେଙ୍ଗାନା ପୋଲିସ। କୋଣାର୍କ ଏକ୍ସପ୍ରେସରେ ମୁମ୍ବାଇ ଯାଉଥିଲେ। ଗିରଫ ମହିଳା ନଭି ମୁମ୍ବାଇରେ ରହୁଥିବା ବେଳେ ତାଙ୍କ ଘର ଫୁଲବାଣୀରେ। ପଚରାଉଚରା ବେଳେ ଗଞ୍ଜେଇ ଚୋରା ଚାଲାଣ କରୁଥିବା, ସ୍ବୀକାର କରିଛନ୍ତି। ମୁମ୍ବାଇର ଜଣେ ଡ୍ରଗ୍ସ ବେପାରୀ ତାଙ୍କୁ ସୁଟକେସ୍ ପିଛା ୧୦ ହଜାର ଟଙ୍କା ଦେବାକୁ, ପ୍ରତିଶ୍ରୁତି ଦେଇଥିଲେ। ଭୁବନେଶ୍ୱରରେ ଟ୍ରେନରେ ଚଢ଼ିବା ପୂର୍ବରୁ ଜଣେ ଅଜ୍ଞାତ ବ୍ୟକ୍ତି ମହିଳାଙ୍କୁ ସୁଟକେସ ହସ୍ତାନ୍ତର କରିଥିଲେ, ବୋଲି ଜଣାପଡିଛି।ମହିଳାଙ୍କ ପାଖରୁ ଦୁଇଟି ଟ୍ରଲି ବ୍ୟାଗରୁ ୮ ଲକ୍ଷ ଟଙ୍କା ମୂଲ୍ୟର ୧୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତେଲେଙ୍ଗାନା ପୋଲିସ ବେଗମ୍ପେଟ୍ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସକୁ ଯାଞ୍ଚ କରିଥିଲେ। ଏତିକିବେଳେ ସୁଟକେସ୍ ଭିତରୁ ମିଳିଥିଲା ୯ଟି ଗଞ୍ଜେଇ ପ୍ୟାକେଟ୍।

Related Articles

Back to top button