FIFA ବିଶ୍ବକପକୁ ବର୍ଜନ କରିଲା ଜର୍ମାନୀ ଫୁଟବଲ ଦଳ

ଭୁବନେଶ୍ୱର, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ କି ସେ ଗ୍ରୀନଲ୍ଯାଣ୍ଡ ଅକ୍ତିଆର କରିବାକୁ ଚାହାନ୍ତି ତାଙ୍କର ଏହି ନୀତିକୁ ଡେନମାର୍କ ପ୍ରଥମେ ବିରୋଧ କରିଥିଲା। ଏପରିକି ସେ କହିଥିଲେ ଯେଉଁ ଦେଶ ତାଙ୍କ ନିୟମକୁ ସମର୍ଥନ କରିବ ନାହିଁ, ସେହି ଦେଶ ଉପରେ ସେ ଟାରିଫ ଲଗାଇବେ ସମୟ ସହ ଟାରିଫ ପରିମାଣ ବଢାଇବା ପାଇଁ ଚେତାବନୀ ଦେଇଥିଲେ। ଆଉ ଏହାରି ଭିତରେ ଜର୍ମାନ ଫୁଟବଲ୍ ଆସୋସିଏସନ୍ର ଜଣେ ଅଧିକାରୀ 2026 ଫିଫା ବିଶ୍ୱକପ୍ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି, ଯାହା ତିନୋଟି ଉତ୍ତର ଆମେରିକୀୟ ଦେଶ ଆମେରିକା, କାନାଡା ଏବଂ ମେକ୍ସିକୋ ଦ୍ୱାରା ଆୟୋଜିତ ହେବାର ଯୋଜନା ରହିଛି।ଏହାସହ ସେ କହିଥିଲେ କି ମୁଁ ନିଜେ ଆଶ୍ଚର୍ଯ୍ଯ ହେଉଛି କି ଶେଷରେ ଜର୍ମାନୀ ଦେଶର ଫୁଟବଲ ଆସୋସିଏନ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି। ଆମେରିକା, ମେକ୍ସିକୋ ଏବଂ କାନାଡା ସହିତ 2026 FIFA ବିଶ୍ୱକପ୍ ଆୟୋଜନ କରୁଛି। ତାଙ୍କ ଟାରିଫ ନିୟମ ଓ ମନମୁଖୀ ଶାସନ ଯାହାକି ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି, ତାକୁ ନେଇ ଇଉରୋପ ପ୍ରଥମେ ବିଦ୍ରୋହ କରିବା ଆରମ୍ଭ କରିସାରିଥିଲା।ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, କି ସେ ଗ୍ରୀନଲ୍ଯାଣ୍ଡ ଅକ୍ତିଆର କରିବାକୁ ଚାହାନ୍ତି ତାଙ୍କର ଏହି ନୀତିକୁ ଡେନମାର୍କ ପ୍ରଥମେ ବିରୋଧ କରିଥିଲା।ଜର୍ମାନ ଫୁଟବଲ୍ କ୍ଲବ୍ FC ସେଣ୍ଟ ପାଉଲିର ସଭାପତି ଗଟଲିଚ୍ ଯୁକ୍ତି ଦେଇଥିଲେ ଯେ ସୋଭିଏତ୍ ୟୁନିଅନ୍ ଆଫଗାନିସ୍ତାନ ଆକ୍ରମଣ ପରେ 1980 ଅଲିମ୍ପିକ୍ ଗେମ୍ସରେ ଆମେରିକା ସମାନ ବୟକଟ ନୀତି କାର୍ଯ୍ଯକାରୀ କରିଥିଲା।




