
ଭୁବନେଶ୍ୱର ,ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ, ବାରବାଟୀରେ ଷ୍ଟାଡିୟମରେ ,ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ଯେ ଅଗଷ୍ଟ ୧୫, ୧୯୪୭ ମସିହାରେ ପରାଧୀନତାର ଜଞ୍ଜିରରୁ ମୁକ୍ତ ହୋଇ ଭାରତମାତାକୁ ମିଳିଥିଲା ସ୍ଵାଧୀନତା। କିନ୍ତୁ, ସେଇ ସଂଗ୍ରାମ ସେଇଠି ସମାପ୍ତ ହୋଇ ନ ଥିଲା। ବରଂ ସ୍ଵାଧୀନତା ପରେ ଦୁଇଟି ବଡ ଆହ୍ଵାନର ସମ୍ମୁଖୀନ ହୋଇଥିଲା ଆମ ଦେଶ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ, ପ୍ରତ୍ଯେକ ଭାରତୀୟଙ୍କ ପାଇଁ ଏହା ଜୀବନର ମାନଦଣ୍ଡ । ଏହା କେବଳ ଏକ ବିଧି ବ୍ୟବସ୍ଥା କି ଲିଖିତ ସମ୍ପତ୍ତି ନୁହେଁ ବରଂ ଏହା ପ୍ରତ୍ଯେକ ଭାରତୀୟଙ୍କ ହୃଦୟର ସ୍ପନ୍ଦନ । ଏହା ଆମ ପାଇଁ ଧର୍ମ, କର୍ମ ଓ ଜୀବନ ଯାପନର ଦର୍ପଣ । ଦେଶ ପାଇଁ ଏହାକୁ ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ, ଭାରତରତ୍ନ ଡକ୍ଟର ବାବା ସାହେବ ଆମ୍ବେଦକର, ତେଣୁ ତାଙ୍କୁ ସମ୍ବିଧାନର ଜନକ ଭାବେ ଅବିହିତ କରାଯାଏ। ଆଜି ଏହି ପବିତ୍ର ଅବସରରେ ମୁଁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।ଆଜି ସ୍ଵାଧୀନତାର ୭୮ ବର୍ଷ ବିତି ଯାଇଥିଲେ ମଧ୍ୟ ଆମ ଦେଶ ନୀରବଚ୍ଛିନ୍ନ ଭାବେ ଗଣତାନ୍ତ୍ରିକ ପଦ୍ଧତ୍ତିରେ ଶାସିତ ହେଉଛି। ଯଦି ଆମେ ୧୯୭୦ ଦଶକର ମଧ୍ୟଭାଗର ପ୍ରାୟ ଅଢେଇ ବର୍ଷକୁ ବାଦ୍ ଦେବା, ଯାହାକୁ ଆମେ ଗଣତାନ୍ତ୍ରିକ କଳା ଅଧ୍ୟାୟ ଭାବେ ଅବିହିତ କରି ପାରିବା, ଆମ ଦେଶ ଗଣତାନ୍ତ୍ରିକ ପରମ୍ପରାରେ ଆଗେଇ ଚାଲିଛି ।




