ଜାତୀୟରାଜନୀତି

ଆଉ ଦୁଇ ବିଧାୟକ ଛାଡିଲେ ଦଳ, ଆସାମରେ ବିଜେପିକୁ ଝଟକା

ନୂଆଦିଲ୍ଲୀ :  ଆସାମରେ ବିଜେପିରେ ଅସନ୍ତୋଷ ଦାନା ବାନ୍ଧିଲାଣି । ଆଉ ଦୁଇ ବିଧାୟକ ସୁଦୀପ ରାୟ ବର୍ମନ ଓ ଆଶିଷ କୁମାର ଶାହ ସୋମବାର ଦଳରୁ ଓ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେମାନେ ବାରସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାପଡିଛି ।
ଜଣେ ପୂର୍ବତନ ମନ୍ତ୍ରୀ, ସୁଦୀପ ଓ ଆଶିଷ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେମାନେ ନିଜର ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତିଙ୍କୁ ମଧ୍ୟ ପଠାଇଛନ୍ତି । ରାୟ ବର୍ମନ ଇସ୍ତଫା ଦେଲା ପରେ ଦିଲ୍ଲୀ ଗସ୍ତ କରିଛନ୍ତି । ଏହାସହ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନେ ଦିଲ୍ଲୀ ଯାଉଛନ୍ତି । ଶନିବାର ଦିଲ୍ଲୀରୁ ଫେରିବେ । ଏହାପରେ ସେମାନେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ସୂଚନା ଦେବେ ।
ସୂତ୍ରାନୁସାରେ, ଉଭୟ ନେତା ଦିଲ୍ଲୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିପାରନ୍ତି । ସେମାନେ କଂଗ୍ରେସରେ ସାମିଲ ହେବେ ବୋଲି କୁହାଯାଉଛି । ଉଭୟ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ସମାଲୋଚନା କରୁଥିଲେ । ଉଭୟେ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com