ଅନ୍ତର୍ଜାତୀୟବାଣିଜ୍ୟ

ରେକର୍ଡ ଭାଙ୍ଗିଲା ସୁନା-ରୂପା ଦର

 ଭୁବନେଶ୍ୱର ,ସୁନା-ରୂପା ଦର ଶୁଣିଲେ ଲାଗୁଛି ଡର । ଗୁରୁବାର ମାର୍କେଟ ଖୋଲିବା କ୍ଷଣି ସୁନାର ଦାମ ହାଇଜମ୍ପ ମାରିଛି । ଗୋଟିଏ ଦିନରେ ଏକାଥରେକେ ୨୪ କ୍ୟାରେଟ୍‌ ସୁନା ୧୧ ହଜାର ୭୭୦ ଟଙ୍କା ବଢ଼ିଲା । ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି ।ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ହଜାର ୮୦୦ ଟଙ୍କା ବଢ଼ିଲା । ୧୦ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା ଦାମ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି କେଜି ପିଛା ୪.୨୫ ଲକ୍ଷକୁ ଅତିକ୍ରମ କରିଛି।ଗୁଡ୍ ରିଟର୍ଣ୍ଣସର ରିପୋର୍ଟ ଅନୁସାରେ, ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଗ୍ରାମ ପିଛା ୧୧୭୭ ଟଙ୍କା ବୃଦ୍ଧି ପାଇ ୧୭,୮୮୫ ରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୧୦୮୦ ଟଙ୍କା ବଢ଼ି ୧୬,୩୯୫ ରହିଥିବା ବେଳେ, ୧୮ କ୍ୟାରେଟ ସୁନା ୮୮୩ ବୃଦ୍ଧି ପାଇ ୧୩,୪୧୪ ରେ ବିକ୍ରି ହେଉଛି।ବର୍ତ୍ତମାନ ସୁନା ଦାମ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ଅନ୍ୟପକ୍ଷରେ ରୁପା ଦାମ (Silver Price) ମଧ୍ୟ ଐତିହାସିକ ରେକର୍ଡ ଭାଙ୍ଗିଛି । ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚି ରୂପା ଗୋଟିଏ ଦିନରେ କେଜି ପିଛା ୨୫,୦୦୦ ବୃଦ୍ଧି ପାଇଛି । ଆଜି ୪,୨୫,୦୦୦କୁ ଛୁଇଁଛି ରୂପା ।ଗତକାଲି ଭୁବନେଶ୍ୱରରେ ରୁପା ଦାମ ୪ ଲକ୍ଷ ଥିଲା। ଜାନୁଆରୀ ୨୭ ଠାରୁ ଲଗାତାର ଭାବେ ରୁପା ଦାମ ବଢ଼ୁଥିବା ଦେଖାଯାଇଛି। ସୋମବାର ୧୦,୦୦୦, ମଙ୍ଗଳବାର ୧୨,୦୦୦, ବୁଧବାର ୧୩,୦୦୦ ବୃଦ୍ଧି ପାଇଥିବା ବେଳେ, ଗୁରୁବାର ଏହା , ଏକାଥରେ ୨୫,୦୦୦ ବଢିଛି ରୂପା ।

Related Articles

Back to top button