ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା । ଏହି ସମୟରେ ରାଜ୍ୟର ଭିତ୍ତିଭୂମି ବୃଦ୍ଧି, ସାମାଜିକ କ୍ଷେତ୍ରରେ ଉନ୍ନତି ଉପରେ ଗୁରୁତ୍ୱାରୋପ କରିବା ସହିତ ଦକ୍ଷତା ବିକାଶ ପ୍ରକ୍ରିୟା ଓ ସଂସ୍କାର ଆଭିମୁଖ୍ୟକୁ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ପ୍ରଶଂସା କରିଛନ୍ତି । ସେହିପରି ପ୍ରଯୁକ୍ତି ଆଧାରିତ ଅଭିବୃଦ୍ଧି ଭଳି ବିଷୟ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ଅବସରରେ ମୁଖ୍ୟ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର D.K. ସିଂହ, ବିଶ୍ବବ୍ୟାଙ୍କର ପ୍ରତିନିଧି ଓ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସେହିପରି ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ ଏବଂ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଆଧାରରେ ସହଯୋଗିତାର ନୂଆ ନୂଆ କ୍ଷେତ୍ର ସନ୍ଧାନ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି । ଭିତ୍ତିଭୂମି, MSME, କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପାଉଥିବା ନିବେଶ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି ।




