ଓଡ଼ିଶା

ଅପରେସନ ଗ୍ରୀନ କ୍ଲିନ୍, ମାଓ ପ୍ରଭାବିତ ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ

ଲମତାପୁଟ() ପୁଣି କିଛିଦିନ ପରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ କ୍ଲିନ୍ । କୋରାପୁଟ ପୋଲିସ ପୁଣି ୦୪ ଏକରରେ ହୋଇଥିବା ୪ ହଜାର ୮୦୦ ସହ ଗଞ୍ଜେଇ ଗଛ ନଷ୍ଟ କରିଛି । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି ।

ମାଓ ପ୍ରଭାବିତ ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାଡୁଥାନା ଅନ୍ତର୍ଗତ ମାଓ ପ୍ରଭାବିତ ଅଞ୍ଚଳ ଜଲାପୁଟ ଜଳଭଣ୍ଡାର ନିକଟ ମାଳିପୁଟ ଏବଂ ପ୍ରଧାନିଗୁଡା ଗ୍ରାମ ନିକଟରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୂର୍ବରୁ ପୋଲିସ ସେଠାକୁ ପହଞ୍ଚି ପାରୁନଥିଲା । ଏହାର ସୁଯୋଗ ନେଇ ବେଆଇନ ଭାବରେ ବେଧଡକ ଗଞ୍ଜେଇ ଚାଷ ବଢ଼ି ଚାଲିଥିଲା ।

କିନ୍ତୁ କଡ଼ା ସୁରକ୍ଷାରେ ପାଡୁଆ, କୋରାପୁଟ ପୋଲିସ, ଡି. ବି.ଏଫ. ଅବକାରୀ, ବନ ବିଭାଗ ଏବଂ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୪ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏହି ଗ୍ରାମ ଗୁଡ଼ିକ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଏବଂ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷା ଦୃଷ୍ଟିରେ ରଖି ବମ୍ ସ୍କ୍ୱାର୍ଡ ବିପୁଳ ଫୋର୍ସ ମୁତୟନ କରି ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ନନ୍ଦପୁର ଏବଂ ଲମତାପୁଟ ବ୍ଲକରେ ଚଳତବର୍ଷ ପ୍ରାୟ ୭୦୦ ଏକର ରୁ ଉର୍ଦ୍ଧ ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com