
ଭୁବନେଶ୍ୱର ,ପୂର୍ବରୁ SI ଓ ସ୍ପେଶାଲ OTET ପରୀକ୍ଷା କେଳେଙ୍କାରୀରେ ଗିରଫ ହୋଇ ଜେଲରେ ଥିବା ୫ ଜଣ ଅଭିଯୁକ୍ତ ମଧ୍ୟ ହାଇକୋର୍ଟ ASO ପରୀକ୍ଷା ଅନିୟମିତତାରେ ସାମିଲ ଅଛନ୍ତି।
ସେମାନଙ୍କୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବ।
୨୦୨୫ ଜୁଲାଇ ୧୩ ତାରିଖରେ ହାଇକୋର୍ଟ ASO ଲିଖିତ ପରୀକ୍ଷା କରାଯାଇଥିଲା ଏଥିରେ ୭ ହଜାର ୧୧୩ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ ହେଲେ
ପରୀକ୍ଷାର Answer key ଭାଇରାଲ ହୋଥିବା ଜଣା ପଡ଼ିବା ପରେ ପରୀକ୍ଷାକୁ ବାତିଲ କରାଯାଇ ପୁନର୍ବାର ୨୦୨୫ ଡିସେମ୍ବର ୭ ତାରିଖରେ କରାଯାଇଥିଲା।ହାଇକୋର୍ଟ ASO ପରୀକ୍ଷା ଅନିୟମିତତା ମାମଲାରେ ୬ ଅଭିଯୁକ୍ତ ଗିରଫ।
ଜଣେ ମହିଳାଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ।
ଗିରଫ ୬ ଅଭିଯୁକ୍ତ ହେଲେ ହିମାଂଶୁ ଶେଖର ଦାସ, ଶ୍ରୀଧର ମନ୍ତ୍ରୀ, ଆଲୋକ ସାହୁ, ନିର୍ମାଲ୍ୟ କୁମାର ଦାସ, ଗଙ୍ଗାଧର ଜେନା ଓ ଜ୍ୟୋତିର୍ମୟୀ ସାହୁ ।




