କ୍ୟାପ୍ଟେନ୍ ସୂର୍ୟକୁମାରଙ୍କ ବଡ଼ ସଙ୍କେତ

ଭୁବନେଶ୍ୱର , ଗୌତମ ଗମ୍ଭୀର ଓ କ୍ୟାପ୍ଟେନ୍ ସୂର୍ୟକୁମାର ଯାଦବଙ୍କ,ଯୁଗଳବନ୍ଧୀ ଏକ ନୂଆ ରଣନୀତି ସହିତ ୱର୍ଲ୍ଡ କପ୍ ଜିତିବା ମିଶନ୍ରେ ଲାଗିଛନ୍ତି।ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଇଥିବା ଏକ ୱାର୍ମ-ଅପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଅଭିଷେକ ଶର୍ମା ଓ ଈଶାନ୍ କିଶାନଙ୍କୁ ଓପେନିଂ ଯୁଗଳ ଭାବେ ଖେଳାଇ ଏକ ବଡ଼ ସଙ୍କେତ ଦେଇଛି, ଯାହା ବିରୋଧୀ ଦଳମାନଙ୍କ ଚିନ୍ତା ବଢ଼ାଇଦେଇଛି।ଏହି ଓପେନିଂ ଯୁଗଳ ଦେଖିଲେ 2012 T20 ୱର୍ଲ୍ଡ କପ୍ର ସ୍ମୃତି ତାଜା ହୋଇଯାଏ। ସେତେବେଳେ ପ୍ରଥମଥର ପାଇଁ, ଭାରତ ପକ୍ଷରୁ ଦୁଇ ବାମହସ୍ତୀ ବ୍ୟାଟସମ୍ୟାନ—ଗୌତମ ଗମ୍ଭୀର ଓ ଇରଫାନ୍ ପଠାନ—ଅଷ୍ଟ୍ରେଲିଆ ବିରୋଧରେ ଓପେନିଂ କରିଥିଲେ।
ଏବେ 14 ବର୍ଷ ପରେ, କୋଚ୍ ଭାବେ ଗମ୍ଭୀର ପୁଣି ସେହି ‘ଲେଫ୍ଟ-ହ୍ୟାଣ୍ଡ କମ୍ବିନେସନ୍’ ଉପରେ ଭରସା କରିଛନ୍ତି।ଏହି ୱାର୍ମ-ଅପ୍ ମ୍ୟାଚ୍ରେ ଟସ୍ ଜିତି, ପ୍ରଥମେ ବ୍ୟାଟିଂ କରିଥିବା ଭାରତ 6 ଉଇକେଟ୍ ହାରାଇ 240 ରନ୍ କରିଥିଲା।
ଓପେନିଂରେ ଈଶାନ କିଶାନ ଓ ଅଭିଷେକ ଶର୍ମା 5.4 ଓଭରରେ 80 ରନ କରିଥିଲେ।ଈଶାନ କିଶାନ 20 ବଲରେ 7 ଛକ୍କା ଓ 2 ଚଉକା ସହ 53 ରନ କରି ‘ରିଟାୟର୍ଡ ଆଉଟ୍’ ହୋଇଥିଲେ। ଅଭିଷେକ ଶର୍ମା 18 ବଲରେ 24 ରନ କରିଥିଲେ।




