
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ ; ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର କରିବା ପାଇଁ ଏହି ତାଲିମ ଆୟୋଜିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ ଦିଆଯାଇଛି ।ଫେବୃଆରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ ହୋଇଥିଲା।
ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ, ଓଡ଼ିଆ ଲିଖନ କୌଶଳ, ଓଡ଼ିଆ ବାକ୍ୟ ଗଠନ, ବନାନ ଶୁଦ୍ଧତା, ଓଡ଼ିଆ ଭାଷାରେ ଆଦେଶନାମା ପ୍ରସ୍ତୁତି, ପ୍ରଶାସନିକ ଶବ୍ଦ ଚୟନ, ଇଂରାଜୀରୁ ଓଡ଼ିଆ ଅନୁବାଦ, କମ୍ପ୍ୟୁଟର ଓ OSWASରେ ଓଡ଼ିଆରେ ସରକାରୀ କାର୍ଯ୍ୟ ସମ୍ପାଦନ ଆଦିକୁ ନେଇ ସରକାରୀ ଅଧିକାରୀମାନେ ପ୍ରଶିକ୍ଷଣ ନେଉଛନ୍ତି । ୧୩ଟି ବିଭାଗର ୧୦୦ରୁ ଉର୍ଦ୍ଧ୍ୱ ସରକାରୀ ଅଧିକାରୀ ଶିବିରରେ ଯୋଗ ଦେଇଥିଲେ।




