ଅନ୍ୟାନ୍ୟସ୍ୱାସ୍ଥ୍ୟ

କଟା ଫଳ କେତେ ସମୟ ପର୍ଯ୍ୟନ୍ତ ରଖିବା

 ଭୁବନେଶ୍ୱର ,କଟା ଫଳଗୁଡ଼ିକୁ ଯଦି ଅଧିକ ସମୟ ପାଇଁ ରଖାଯାଏ, ତେବେ ସେଗୁଡ଼ିକ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଏ।କଟା ଫଳଗୁଡ଼ିକୁ ଅଧିକ ସମୟ ରଖିଲେ, ସେଥିରେ ସୂକ୍ଷ୍ମଜୀବ ବଢ଼ିବାକୁ ଆରମ୍ଭ କରନ୍ତି।

ତେଣୁ, ଯେତେବେଳେ ଖାଇବାର ଅଛି, ସେତେବେଳେ ଫଳ କାଟିବା ହିଁ ଠିକ୍।

ଯଦି ଆପଣ ଫଳ କିମ୍ବା ସାଲାଡ ଖାଇବାର ଅଛି, ତେବେ ଏହାକୁ ପୂର୍ବରୁ କାଟନ୍ତୁ ନାହିଁ କି ଦୀର୍ଘ ସମୟ ପାଇଁ ଖୋଲା ରଖନ୍ତୁ ନାହିଁ।

ଅନେକ ଲୋକ ଫଳକୁ ପୂର୍ବରୁ, କାଟି ଫ୍ରିଜରେ ରଖନ୍ତି, ଯେଉଁଠାରେ ଏହା ଘଣ୍ଟା ଘଣ୍ଟା କଟା ହୋଇ ରହିଥାଏ।

ଏହାକୁ ମଧ୍ୟ ଏଡାଇବା ଉଚିତ।ଫଳ କାଟିବା ପରେ ତୁରନ୍ତ ନଷ୍ଟ ହୁଏ ନାହିଁ ସତ, କିନ୍ତୁ ଯେତେ ଶୀଘ୍ର ସେଗୁଡିକୁ ଖାଇବା, ସେତେ ଭଲ।

Related Articles

Back to top button