ଅନ୍ୟାନ୍ୟରାଜନୀତି

ବିରୋଧୀ ଦଳର ନେତା ଲେଖିଲେ ଚିଠି

 ଭୁବନେଶ୍ୱର ,ଚାଷୀ ମାନଙ୍କର ଅଭିଯୋଗ ଗୁଡିକର ସମାଧାନରେ, ସରକାରଙ୍କ ବିଫଳତା ସାରା ରାଜ୍ୟରେ ଚାଷୀ ଆନ୍ଦୋଳନକୁ ତୀବ୍ର କରୁଛି।୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୁର୍ଣ୍ଣ ବନ୍ଦ କରିବା ସମ୍ପର୍କରେ, ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରତିଶ୍ରୁତି ଦିଆ ଯାଇଥିଲା । କିନ୍ତୁ ବାସ୍ତବ ସ୍ଥିତି  ହେଉଛି ଯେ ରାଜ୍ୟରେ ଥିବା ମଣ୍ଡି ଗୁଡିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟି ଯାଇଛି। ମୁଁ  ନିମ୍ନଲିଖିତ  ଗୁରୁତ୍ୱପୂର୍ଣ୍ଣ  ବିଷୟ ଗୁଡିକରେ ଆପଣଙ୍କର ଜରୁରୀ ହସ୍ତକ୍ଷେପ ଆଶା କରୁଅଛି….ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତଦ୍‌ଜନିତ କଷଣର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଦୁଃଖର ସହ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। କୃଷି ହେଉଛି ଓଡିଶାର ଜୀବନ ରେଖା । ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀ ମାନଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି । ଦୁଃଖର ସହ ଜଣାଇବାକୁ ଚାହେଁ ଯେ ଧାନ ମଣ୍ଡି ମାନଙ୍କରେ ସଂଗ୍ରହ ପ୍ରକ୍ରିୟା ଆଶ୍ଚର୍ଯ୍ୟଜନକ ଭାବରେ ମନ୍ଥର ଗତିରେ ଚାଲିଛି । ତେଣୁ ଧାନକୁ କାକର ଓ ଚୋରୀରୁ ରକ୍ଷା କରିବା ପାଇଁ ଚାଷୀ ମାନଙ୍କୁ ରାତିସାରା ଜଗି ରହିବାକୁ ପଡୁଛି।ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧାର ଅଭାବ, ଟୋକନ ବ୍ୟବସ୍ଥାରେ ବିଫଳତା ଏବଂ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଆଦି ସମସ୍ୟା ଚାଷୀ ମାନଙ୍କୁ ଆନ୍ଦୋଳନାତ୍ମକ ମାର୍ଗ ବାଛିବାକୁ ବାଧ୍ୟ କରୁଛି । ଉଲ୍ଲେଖଯୋଗ୍ୟ ଯେ ବିଜେପି ନିର୍ବାଚନୀ ଇସ୍ଥାହାରର ଦୁଇ ନମ୍ବର ପଏଣ୍ଟରେ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରାପ୍ୟ ଦେବା ପାଇଁ କୁହା ଯାଇଥିଲା, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଚାଷୀ ମାନଙ୍କୁ ସେମାନଙ୍କର ହକ୍‌ ପାଇବାକୁ ଏକ ସପ୍ତାହରୁ ଅଧିକ ସମୟ ଲାଗୁଛି। ବିରୋଧୀ ଦଳର ନେତା ଲେଖିଲେ ଚିଠି….

 

Related Articles

Back to top button