
ଭୁବନେଶ୍ୱର ,ଦୁଇ ରୁଟ୍ରେ ଆର୍ଥିକ ସହାୟତା ଅବା ଭାୟବଲ ଗ୍ୟାପ୍ ଫଣ୍ଡିଂ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ଏହାର ପ୍ରଭାବ ଏବେଠୁ ଦେଖିବାକୁ ମିଳିଲାଣି। ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଭିଜିଏଫ୍ ଜାରି ରହିବ କି ନାହିଁ ସେହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରେ ଛାଡ଼ି ଦିଆଯାଇଥିବାବେଳେ ଟିକଟ ମୂଲ୍ୟ ପୂର୍ବାପେକ୍ଷା ବଢ଼ି ଯାଇଛି। ତେଣୁ ଏପ୍ରିଲରେ ଯାତ୍ରା ପାଇଁ ମନସ୍ଥ କରିଥିବା ଲୋକେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।ଏପ୍ରିଲ ପରଠାରୁ ଭୁବନେଶ୍ବର-ଦୁବାଇ ଓ ଭୁବନେଶ୍ବର-ସିଙ୍ଗାପୁର ରୁଟ୍ରେ ସିଧାସଳଖ ଯାତ୍ରା ଟିକଟ ବୁକିଂ ବନ୍ଦ ହୋଇଛି। ମାର୍ଚ୍ଚ ଯାଏ ପୂର୍ବଭଳି ସିଧାସଳଖ ଦୁବାଇ ଓ ସିଙ୍ଗାପୁରକୁ ଯିବା ଆସିବା ପାଇଁ ଟିକଟ ଉପଲବ୍ଧ ହେଉଛି। ଏପ୍ରିଲ ପରେ ମଧ୍ୟ ସପ୍ତାହରେ ଦୁଇ ଦିନ ସିଙ୍ଗାପୁରକୁ ସିଧାସଳଖ ଯାଆସ ପାଇଁ ଟିକଟ ଉପଲବ୍ଧ ଅଛି। ଦୁବାଇ ଓ ସିଙ୍ଗାପୁର ରୁଟ୍ ପାଇଁ ଇଣ୍ଡିଗୋ ଏୟାର ଲାଇନ୍ସକୁ ଭିଜିଏଫ୍ ବାବଦରେ ସରକାର ମାର୍ଚ୍ଚ ଯାଏ, ଆଉ ୨୬.୮୭ କୋଟି ଟଙ୍କା ଦେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି କରିଛନ୍ତି। ଅନ୍ତର୍ଜାତୀୟ ବିମାନ ସେବା ରୁଟ୍ରେ ଆର୍ଥିକ ସହାୟତା ବନ୍ଦ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ଏବେ ବିଦେଶ ଯାତ୍ରୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ଏପ୍ରିଲ ପରଠାରୁ ଭୁବନେଶ୍ବର-ଦୁବାଇ ଓ ଭୁବନେଶ୍ବର-ସିଙ୍ଗାପୁର ରୁଟ୍ରେ ସିଧାସଳଖ ଯାତ୍ରା ଟିକଟ ବୁକିଂ ବନ୍ଦ ହୋଇଛି। ମାର୍ଚ୍ଚ ଯାଏ ପୂର୍ବଭଳି ସିଧାସଳଖ ଦୁବାଇ ଓ ସିଙ୍ଗାପୁରକୁ ଯିବା ଆସିବା ପାଇଁ ଟିକଟ ଉପଲବ୍ଧ ହେଉଛି। ଏପ୍ରିଲ ପରେ ମଧ୍ୟ ସପ୍ତାହରେ ଦୁଇ ଦିନ ସିଙ୍ଗାପୁରକୁ ସିଧାସଳଖ ଯାଆସ ପାଇଁ ଟିକଟ ଉପଲବ୍ଧ ଅଛି। ଦୁବାଇ ଓ ସିଙ୍ଗାପୁର ରୁଟ୍ ପାଇଁ ଇଣ୍ଡିଗୋ ଏୟାର ଲାଇନ୍ସକୁ ଭିଜିଏଫ୍ ବାବଦରେ ସରକାର ମାର୍ଚ୍ଚ ଯାଏ, ଆଉ ୨୬.୮୭ କୋଟି ଟଙ୍କା ଦେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି କରିଛନ୍ତି।




