ଜାତୀୟମନୋରଞ୍ଜନ

ଶୋ’ ଛାଡିବା ପୂର୍ବରୁ ଦିଅର ସହ ଫଟୋସୁଟ୍‌ କରାଇଲେ କିଞ୍ଜଲ, ଫଟୋ ଭାଇରାଲ୍‌

ମୁମ୍ବାଇ: ‘ଅନୁପମା’ ଟେଲି ଧାରାବାହିକର ଲୋକପ୍ରିୟ ଟିଭି ଶୋ’। ଏହି ସିରିଏଲର କୌଣସି ଟ୍ରାକ୍‌କୁ ଦର୍ଶକମାନେ ମିସ୍‌ କରନ୍ତି ନାହିଁ । ଦୀର୍ଘ ସମୟ ଧରି ଏହି ସିରିଏଲ୍‌କୁ ଦେଖି ଆସୁଛନ୍ତି। ନିକଟରେ ଅନୁପମାଙ୍କର ଦ୍ୱିତୀୟ ବିବାହ ହୋଇଥିଲା । ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଥିଲେ । ଏହି ସମୟରେ କିଞ୍ଜଲ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ନିଧି ଶାହା ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । କୁହାଯାଉଛି କି  ନିଧି ଶାହା ଖୁବ୍ ଶୀଘ୍ର ଅନୁପମା ସିରିଏଲ୍‌କୁ ଅଲବିଦା କହିବାକୁ ଯାଉଛନ୍ତି। ଶୋ’ ଛାଡିବା ପୂର୍ବରୁ ନିଧି ଶାହା ସୋସିଆଲ ମିଡିଆରେ ନିଜର ନୂଆ ଫଟୋସୁଟର ଝଲକ ଦେଖାଇଛନ୍ତି। ଯାହା ସୋସିଆଲ୍‌ ମିଡିଆରେ ରେ ନିଆଁ ଲଗାଉଛି ।

ନିକଟରେ ସାମ୍ନାକୁ ଆସିଥିବା ଫଟୋରେ, ଅନୁପମାର ସମର ଏବଂ କିଞ୍ଜଲ ଏକ ଭିନ୍ନ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି । ୟୁଜର୍ସମାନେ ସମର ଏବଂ କିଞ୍ଜଲଙ୍କ ଏହି ଲୁକ୍‌ ଦେଖି ଖୁବ୍‌ ପ୍ରଶଂସା କରିବାରେ ଲାଗିଛନ୍ତି । ଫଟୋରେ ସମର କଳା ବ୍ଲେଜର ପିନ୍ଧି କ୍ଲାସି ଲୁକ୍‌ ଦେଖାଉଥିବା ବେଳେ କିଞ୍ଜଲ ମଧ୍ୟ କଳା ଗାଉନ୍‌ରେ ଫର୍ମାଲ୍‌ ଲୁକ୍‌ରେ ନଜର ଆସିଛନ୍ତି । ଦୁହିଁଙ୍କ ଏହି ଅନ୍ଦାଜ୍ ଦେଖି ତାଙ୍କ ଫ୍ୟାନ୍ସ ଫଲୋର୍ସ ଦ୍ବନ୍ଦରେ ପଡିଛନ୍ତି।

ଅନ୍ୟପଟେ ଅନୁପମାରେ ନିଧି ଶାହାଙ୍କ ଚରିତ୍ରକୁ ହଟାଇବା ପାଇଁ ନିର୍ମାତାମାନେ କାହାଣୀରେ ଏକ ନୂଆ ମୋଡ଼ ଆଣିବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଞ୍ଜଲ ଖୁବ ଶୀଘ୍ର ଦୁର୍ଘଟଣାଗ୍ରସ୍ତ ହେବେ। ଡାକ୍ତର ବହୁ ଚେଷ୍ଟା ସତ୍ତ୍ବେ କିଞ୍ଜଲଙ୍କ ଜୀବନକୁ ବଞ୍ଚାଇ ପାରିବେ ନାହିଁ। ଏହା ପରେ ଅନୁପମା କିଞ୍ଜଲ ପିଲାର ଯତ୍ନ ନେବେ । ଏହା ବ୍ୟତୀତ କୁହାଯାଉଛି କି ଅନୁପମା ଏବଂ ଅନୁଜ କାପାଡିଆଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ଆରମ୍ଭ କରିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com