ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରୀ ପର୍ବ ଅନୁଷ୍ଠିତ ହେବ।

ଭୁବନେଶ୍ୱର , ଲିଙ୍ଗରାଜ ମନ୍ଦିର ସୁପରଭାଇଜର ସୂଚନା ଦେଲେ, ଆସନ୍ତା ୧୫ ତାରିଖ ରବିବାର ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରୀ ପର୍ବ ଅନୁଷ୍ଠିତ ହେବ।ତେବେ ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢା ପରିକ୍ରମା ପଡ଼ିଥାଏ, ସେହିଦିନ ମହାଶିବରାତ୍ରି ପାଳନ କରାଯିବ । ଗତକାଲି ଭୁବନେଶ୍ବର ଲୋକସେବା ଭବନ ସ୍ଥିତ ଆଇନ ବିଭାଗର ସମ୍ମିଳନୀ କକ୍ଷରେ, ଏକ ଗୁରୁତ୍ବପୂର୍ଣ୍ଣ ସମ୍ବନୟ ବୈଠକ ଅନୁଷ୍ଠିତ ହୋଇଥିଲା।ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ, ଅନୁଷ୍ଠିତ ଏହି ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଆଲୋଚନା ହୋଇଥିଲା।ଫେବୃଆରୀ 15 ତାରିଖ ରାତି ସମୟରେ ଚତୁର୍ଦ୍ଦଶୀ ରହୁଛି ଓ ବେଢା ପଡ଼ୁଛି । 15ରେ ପାଳନ ହେବ ମହାଶିବ ରାତ୍ରି ଓ ରାତି 10ଟାରେ ଉଠିବ ମହାଦୀପ ବୋଲି,ଲିଙ୍ଗରାଜ ମନ୍ଦିର ସୁପରଭାଇଜର ସୂଚନା ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ କରିବା, ଠିକ୍ ସମୟରେ ମହାଦୀପ ଉଠାଇବା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ମନ୍ତ୍ରୀ ବିଶେଷ ଗୁରୁତ୍ବ ଦେଇଛନ୍ତି। ଏଥିସହ ଟ୍ରାଫିକ ସୁପରିଚାଳନା, ପରିଷ୍କାର ପରିଚ୍ଛନ୍ନତା, ପାନୀୟ ଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ଯେପରି ସୁରୁଖୁରୁରେ ହେବ, ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।




