Uncategorizedଓଡ଼ିଶା

୩ ମାସ ଭିତରେ ରତ୍ନ ଗଣତି ଶେଷ କର : ହାଇକୋର୍ଟ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   ଆସନ୍ତା ବିଧାନସଭା ଅଧିବେଶନରେ ରତ୍ନ ଭଣ୍ଡାର ଚାବି ହଜିବା ରିପୋର୍ଟ ଉପସ୍ଥାପନ କରନ୍ତୁ । ୩ ମାସ ମଧ୍ୟରେ ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତୁ । ରାଜ୍ୟ ସରକାରଙ୍କୁ ଗୁରୁବାର ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

୨୦୧୮ ମସିହାରେ ଚାବି ହଜିଥିବା ବେଳେ ତଦନ୍ତ ନେଇ ଜଷ୍ଟିସ ରଘୁବୀର ଦାସ କମିଶନ ଗଠନ କରାଯାଇଥିଲା । ଯାହାକୁ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ସମୟରେ ରତ୍ନ ଭଣ୍ଡାରରେ ପାଣି ଜମିବା ପ୍ରସଙ୍ଗ ଉଠିଥିଲା । ରାଜ୍ୟରେ ବି.ଜେ.ପି. ସରକାର ଆସିବା ପରେ ASI ପକ୍ଷରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ କରାଯାଇଛି । ରତ୍ନ ଗଣତି ମଣତି ନେଇ S.O.P. ପ୍ରସ୍ତୁତ ହୋଇଥିବାବେଳେ ସରକାରୀ ମୋହରକୁ ଅପେକ୍ଷା କରାଯାଇଛି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୩ ମାସ ମଧ୍ୟରେ ରତ୍ନ ଗଣତି ମଣତି ଶେଷ ହେଉଛି କି ନାହିଁ ତାହା ଦେଖିବାର କଥା ।

 

Related Articles

Back to top button