
ଭୁବନେଶ୍ୱର , କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ, ଅସୁସ୍ଥ ଅଛନ୍ତି ।
ବର୍ତ୍ତମାନ ସେ ଆଇସିୟୁରେ, ଚିକିତ୍ସାଧୀନ ଅଛନ୍ତି ।
ଗତକାଲି ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଗୀତା ପଟ୍ଟନାୟକ ।
ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ରାଜଧାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ଚିକିତ୍ସା ପରେ ତାଙ୍କୁ ମସ୍ତିସ୍କାଘାତ ହୋଇଥିବା, ଜଣାପଡିଥିଲା ।
ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଗୁରୁତର ଅବସ୍ଥାରେ, କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।




