
ଭୁବନେଶ୍ୱର ୧୩/୦୨/୨୦୨୬ : ପୂର୍ବତନ କେନ୍ଦ୍ର ରେଳ ଓ କୃଷିମନ୍ତ୍ରୀ, ଅଖିଳ ଭାରତ କଂଗ୍ରେସ ପଛୁଆବର୍ଗ ବିଭାଗର ପୂର୍ବତନ ଅଧ୍ୟକ୍ଷ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ କାହ୍ନୁ ଚରଣ ଲେଙ୍କା ପରଲୋକ ଗମନ କରିଛନ୍ତି । ଆଜି ତାଙ୍କର ପାର୍ଥିବ ଶରୀର କଂଗ୍ରେସ ଭବନ କାର୍ଯ୍ୟାଳୟରେ ପହଞ୍ôଚବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସ୍ୱର୍ଗତ ଲେଙ୍କାଙ୍କ ମରଶରୀରରେ ଦଳିୟ ପତାକା ପକାଇ ଶେଷ ସମ୍ମାନ ଜଣାଇଥିଲେ ଏବଂ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶ୍ରୀ ଦାସ ମଧ୍ୟ ପୂର୍ବାହ୍ନରେ ସ୍ୱର୍ଗତ କାହ୍ନୁ ଚରଣ ଲେଙ୍କାଙ୍କ ବାସଭବନରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ପିସିସି କାର୍ଯ୍ୟାଳୟରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶ୍ରୀକନ୍ତା ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ସମୀର କୁମାର ରାଉତରାୟ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ବିଷ୍ଣୁଚରଣ ବାରିକ, ଅଭୟ ସାହୁ, ପ୍ରକାଶ ଜେନା, ସିପ୍ରା ମଲ୍ଲିକ, ସୁଜୀତ ପାଢ଼ୀ, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ପ୍ରଦୀପ୍ତ କୁମାର ସାହୁ, ପ୍ରଦୀପ ମହାପାତ୍ର, ଲିଙ୍ଗରାଜ ସାହୁ, ଆଲୋକ ମହାନ୍ତି, ସମସିଦା ତୟାବ, ରାଜକିଶୋର ବାରିକ, କୃଷ୍ଣଚନ୍ଦ୍ର ବରାଳ, ସତ୍ୟବ୍ରତ ନାୟକ, ଜୟକୃଷ୍ଣ ସୁବୁଦ୍ଧି, ବାଙ୍କନିଧି ବେହେରା, ଦେବାଶିଷ ମହାପାତ୍ର, ସୁଶାନ୍ତ ବେହେରା, ନିମାଇଁ ରାଉତରାୟ, ମାନସ କର, ବିଶ୍ୱଭୂଷଣ ଦାସ, ଆତ୍ମାରାମ ପତି, ମାସୁଦ ଅଲ୍ଲୀ, ମଂଟୁ ମଲ୍ଲିକ, ନିରଞ୍ଜନ ସାମଲ, ଏମଡି ସାହାଦୁଲ୍ଲା, ସଂଗ୍ରାମ ଦାସ, ସୁଧାଂଶୁ ମହାନ୍ତି, ଅଧିର ଜେନା, ନାସିର ଖାନ ପ୍ରମୁଖ ସ୍ୱର୍ଗତ ଲେଙ୍କାଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।




