Breaking NewsFeaturedଓଡ଼ିଶାଶିକ୍ଷା

ବାଣିଜ୍ୟରେ ଜିଲ୍ଲା ଟପ୍ପର୍‌ ଆଦିବାସୀ ଝିଅ କରୁଛନ୍ତି ଜୀବନ ସଂଘର୍ଷ, ଭୁଲିଗଲା ପ୍ରଶାସନ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବାଣିଜ୍ୟରେ ଜିଲ୍ଲା ଟପ୍ପର୍। ଏବେ କିନ୍ତୁ ମୁଠାଏ ଖାଦ୍ୟ ପାଇଁ ସେ ଦିନମଜୁରିଆ। ଏଭଳି ଦୁର୍ଦ୍ଦିନ ଜୀବନ ନିର୍ବାହ କରୁଛନ୍ତି  ଆଦିବାସୀ ତଥା ବଣ୍ଡା ଛାତ୍ରୀ କର୍ମା ମୁଦୁଲି। ମାଲକାନଗିରି ଜିଲ୍ଲା ପ୍ରଶାସନ ତାଙ୍କୁ ସମ୍ମାନିତ କରିବା ପରେ ସାହାଯ୍ୟର ହାତ ବଢାଇବ କହି ଭୁଲିଗଲା। ଏଭଳି କୋହଭରା କଣ୍ଠରେ କହିଛନ୍ତି କରମା ମୁଦୁଲି ।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତ ପଡେଇଗୁଡା ଗ୍ରାମର ଦୁଦା ଓ ଶୁକ୍ରୀ ମୁଦୁଲିଙ୍କ ଦ୍ଵିତୀୟ ଝିଅ କରମା ମୁଦୁଲି ଗତବର୍ଷ ଯୁକ୍ତଦୁଇ ବାଣିଜ୍ଯ ରେ ୮୨.୬୬ ମାର୍କ ରଖି ପାସ ହୋଇଥିଲେ । ସେତେବେଳେ ଜଣେ ବଣ୍ଡା ଝିଅ ବାଣିଜ୍ଯରେ ଜିଲ୍ଲା ଟପ୍ପର ହେବାପରେ କରମାଙ୍କ ପାଖକୁ  ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମହାମହିମ ରାଜ୍ୟପାଳ ଙ୍କ ପର୍ଯ୍ୟନ୍ତ ବହୁ ଲୋକୋଙ୍କ ପ୍ରସଶାଂ ର ସୁଅ ଛୁଟିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଅଗଷ୍ଟ ୧୫ତାରିଖ ସ୍ବାଧୀନତା ଦିବସରେ କରମାଙ୍କୁ ୧୦ ହଜାର ଟଙ୍କା ଦେଇ ସମ୍ମାନିତ କରାଯାଇଥିଲା । ପରେ ଭୁବନେଶ୍ବରର ମୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ରମାଦେବୀ ମହିଳା ମହାବିଦ୍ୟାଳୟରେ ଆଡ଼ମିସନ କରାଯାଇଥିଲା। ହଷ୍ଟେଲ ରେ ରହିବା ପାଇଁ ମାସିକ ଏକ ହଜାର ଟଙ୍କା ଯୋଗାଇ ଦିଆଯାଉଛି ଟ୍ରଷ୍ଟ ପକ୍ଷରୁ ।

କିନ୍ତୁ ଅନ୍ୟାନ୍ୟ ବହି ଓ କଲେଜ ଫି’ ପାଇଁ ଟଙ୍କା ନାହିଁ କରମାଙ୍କ ପାଖରେ। କରମାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ରାଜଧାନୀର ବଡ କଲେଜରେ ଝିଅକୁ ପାଠ ପଢାଇବାକୁ ସେ ସକ୍ଷମ ନୁହନ୍ତି । ଏଣୁ ବର୍ତ୍ତମାନ କଲେଜ ର ଖରାଛୁଟି ହେବାପରେ କରମା ନିଜ ଘରକୁ ଫେରି ଆସିଛନ୍ତି । ଘରେ  ଅର୍ଥ ଅଭାବ ଥିବାରୁ କରମା ଘରଛାଡି ମାଲକାନଗିରି ସହରକୁ ଆସି ଦିନ ମଜୁରିଆ ଭାବେ କାମ କରୁଥିବା ଦେଖିବାକୁ ମିଳିଛି । ପରିବାରର  ଆର୍ଥିକ ଅନଟନ ଭିତରେ ଥିବା ବେଳେ କରମା କୁ ଟଙ୍କା ଯୋଗାଇ ପାରୁନାହାଁନ୍ତି ପରିବାର ଲୋକୋ।ତେଣୁ କରମା ତାଙ୍କର ସ୍ବପ୍ନ ପୁରଣ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ନିଜର ପଢା ଖର୍ଚ୍ଚ ପାଇଁ ଦିନ ମଜୁରିଆ ହୋଇ କାମ କରୁଛନ୍ତି। 40 ଡିଗ୍ରୀ ଉପରେ ତାପ ମାତ୍ରା ଥିବା ବେଳେ କଷ୍ଟ ହେଲେ ମଧ୍ୟ ସେ ନିଜର ସ୍ବପ୍ନ ପୂରଣ ପାଇଁ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି କରମା।

କରମା କହିଛନ୍ତି ଜିଲ୍ଲା ପ୍ରଶାସନ କେବଳ ଦଶ ହଜାର ଟଙ୍କା ଦେଇ ନିଜ କାମ ସାରିଦେଇଛି । ସେହିଭଳି ମହାମହିମ ରାଜ୍ୟପାଳ କରମାକୁ ପ୍ରତିଶୃତି ଦେଇଥିଲେ ତାଙ୍କର ପଢା ଖର୍ଚ୍ଚ ସମ୍ପୂର୍ଣ୍ଣ ମାଗଣା କରାଯିବ କିନ୍ତୁ ମହାମହିମ ତାଙ୍କ କଥା ରଖି ପାରିନାହାନ୍ତି କହିଛନ୍ତି କରମା । ସହିଭଳି କରମା ଭଳି ଜଣେ ମେଧାବି ବଣ୍ଡା ଛାତ୍ରୀ କୁ ପ୍ରଶାସନ ଅଣଦେଖା କରୁଥିବାରୁ ଜିଲ୍ଲାର ବହୁ ପ୍ରତିଭା ବଣମଲ୍ଲୀ ଭଳି ମଉଳି ଯାଉଥିବା କହିଛନ୍ତି ବୁଦ୍ଧିଜୀବୀ ।

Related Articles

Back to top button
WP Twitter Auto Publish Powered By : XYZScripts.com