ମନୋରଞ୍ଜନ

ଚାଲିଗଲେ ନିର୍ଦ୍ଦେଶକ ସଞ୍ଜୟ ଗଢ଼ବି

ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିର୍ଦ୍ଦେଶକ ସଞ୍ଜୟ ଗଢ଼ବିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ପ୍ରାତଃ ଭ୍ରମଣ ସମୟରେ ସଞ୍ଜୟଙ୍କ ହୃଦପିଣ୍ଡରେ ଯନ୍ତ୍ରଣା ହୋଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ କୋକିଲାବେନ ଅମ୍ବାନି ହସ୍ପିଟାଲକୁ ନିଆଯାଇଥିଲା।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥି‌ଲେ। ତେବେ ନଭେମ୍ବର ୧୯ ତାରିଖ ସକାଳ ୧୦ ମୟରେ ନିର୍ଦ୍ଦେଶକ ଶେଷନିଶ୍ବାସ ତ୍ୟାଗ କରିଥିବା ନେଇ ଡାକ୍ତର ସୂଚନା ଦେଇ ଦେଇଥିଲେ ।

Related Articles

Back to top button