ଓଡ଼ିଶା

ଦୁର୍ଘଟଣାରେ ଗୋଡ଼ ହରାଇଥିବା ଯୁବକଙ୍କ ଇଚ୍ଛା ମୃତ୍ୟୁ ଆବେଦନ ପରେ ତରଳିଲା ପ୍ରଶାସନ, ଅଧିକାରୀ ଶୁଣିଲେ ଅଭିଯୋଗ

କଣ୍ଟାବାଞ୍ଜି() କଣ୍ଟାବାଞ୍ଜି ସହର ଅମିତ ଜୈନ ଏକ ସଡକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଥିବା ବେଳେ ଗୋଟିଏ ହାତ ମଧ୍ୟ କାମ ଦେଉନାହିଁ । ବାପା କ୍ୟାନ୍ସର ରୋଗରେ ଆରପାରିକୁ ଚାଲିଯାଇଥିବା ବେଳେ ବଡ ଭାଇ ମଧ୍ୟ କ୍ୟାନ୍ସର ରୋଗରେ ଆକ୍ରାନ୍ତ । ଏଭଳି ସ୍ଥତିରେ ଜଣେ ଭୂମି ମାଫିଆ ତାଙ୍କ ଜମି ହଡପ କରିଥିବା ଅଭିଯୋଗ କରି ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟ ପାଇଁ ଚିଠି ଲେଖିଥିଲେ ଦିବ୍ୟାଙ୍କ ଅମିତ ଜୈନ । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ମଧ୍ୟ ତାଙ୍କ ସମସ୍ୟା ସମାଧାନ କରାଯାଉନଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଥିଲେ ।

ତେବେ ଅମିତ ଜୈନଙ୍କ ଇଚ୍ଛା ମୃତ୍ୟୁ ଖବର ପ୍ରସାରଣ ହେଲା ପରେ ସ୍ଥାନୀୟ ପ୍ରଶାସନ ଅମିତ ଏବଂ ତାଙ୍କ ବଡ ଭାଇ ଶୈତେନ୍ଦ୍ର ଜୈନଙ୍କୁ ସାକ୍ଷାତ କରିଛି । ଯେଉଁ ଜମି ହଡପ କରିଥିବା ଅମିତ ଅଭିଯୋଗ କରିଛନ୍ତି ସେହି ଜମି ମାପ ମଧ୍ୟ କରାଯାଇଛି । ତେବେ ଜମି ମାପିବା ସମୟରେ ଜମି ଜବରଦଖଲ କରିଥିବା ବ୍ୟକ୍ତି ବିରୋଧ କରିଥିବା ସତ୍ତ୍ୱେ ପରବର୍ତ୍ତି ସମୟରେ ଜମି ମପା ଯାଇଥିଲା । ଜମି ମାପିବା ସମୟରେ କଣ୍ଟାବାଞ୍ଜି ତହସିଲଦାର , ଅତିରିକ୍ତ ତହସିଲଦାର, ଆରଆଇ,  ଉପସ୍ଥିତ ଥିବା ବେଳେ ଆଇନ ଶୃଙ୍ଖଳାକୁ ନଜରରେ ରଖି କଣ୍ଟାବାଞ୍ଜି ଥାନା ଅଧିକାରୀଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com