ଜାତୀୟ

ଆସନ୍ତାକାଲି ଛୁଟି ରହିବ ସମସ୍ତ ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ,ଘୋଷଣା କଲେ ରାଜ୍ୟ ସରକାର

ମୁମ୍ବାଇ() ଲତାଙ୍କର ବିୟୋଗରେ ମହାରାଷ୍ଟ୍ରରେ ଦିନିକିଆ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତାକାଲି ଛୁଟି ରହିବ ସମସ୍ତ ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ । ଏହି କାରଣରୁ ଅର୍ଦ୍ଧ ଦିବସ ଛୁଟି କଲେ ସରକାର । ସୁଚନା ଅନୁସାରେ ବର୍ତ୍ତମାନ ଶେଷ ଯାତ୍ରାରେ କୋକିଳ କଣ୍ଠୀ । ପ୍ରଭୁକୁଞ୍ଜରୁ ଶିବାଜୀ ପାର୍କ ଅଭିମୁଖେ ଲତାଙ୍କ ପାର୍ଥିବ ଶରୀର । ସଂଧ୍ୟା ସାଢେ ୬ଟାରେ ହେବ ଲତାଙ୍କ ଶେଷକୃତ୍ୟୁ ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଲତା ମଙ୍ଗେସ୍‌କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କାଣ୍ଡି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା। ସେ କୋଭିଡ୍‌-୧୯ ଓ ନିମୋନିଆରେ ସଂକ୍ରମିତ ହୋଇଥିଲେ। ଚିକିତ୍ସାର କିଛି ଦିନ ‌ପରେ ସେ ସୁସ୍ଥ ହୋଇଥିଲେ ବି ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଗତକାଲି ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଲତାଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।

ଆଜି ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରରେ ଲତା ମଙ୍ଗେସକରଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com